ମୁମ୍ବାଇ: ମହାରାଷ୍ଟ୍ରରେ ୧୮-୪୫ ବର୍ଷ ବୟସ ବର୍ଗର ଲୋକଙ୍କୁ ମାଗଣାରେ କୋଭିଡ-୧୯ ଟିକା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ନୱାବ ମଲିକ ରବିବାର କହିଛନ୍ତି। ଟିକାକରଣ ଅଭିଯାନ ଲାଗୁ କରିବା ରାଜ୍ୟ ସରକାରଙ୍କ ଦାୟିତ୍ବ ବୋଲି ନୱାବ ମଲିକ କହିଛନ୍ତି।
କୋଭିଡ-୧୯ ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ରାଜ୍ୟ ମହାରାଷ୍ଟ୍ର ଗତ କିଛି ଦିନ ହେବ ଦୈନିକ ୬୦,୦୦୦ ରୁ ଅଧିକ ମାମଲା ଆସୁଛି। ମହାରାଷ୍ଟ୍ରର ପୂର୍ବରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମାଗଣା ଟିକାକରଣ କରିସାରିଛି।
Comments are closed.