Latest Odisha News

BREAKING NEWS

ମାଡିଗଲା ଟ୍ରେନ: ୧୪ ଶ୍ରମିକ ମୃତ

ଔରଙ୍ଗାବାଦ: ମହାରାଷ୍ଟ୍ର ଔରଙ୍ଗାବାଦ କମାର୍ଡ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ ମାଡି ଯିବାରୁ ୧୪ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଦେଶବ୍ୟାପି ତାଲା ବନ୍ଦ ରହିଥିବା ବେଳେ ଚାଲିଚାଲି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ ।

ପ୍ରବାସୀ ଶ୍ରମିକ ମାନେ ମହାରାଷ୍ଟ୍ରରୁ ଛତିଶଗଡ଼ ଫେରୁଥିବା ବେଳେ ରେଳ ଧାରଣା ନିକଟରେ ବିଶ୍ରାମ ନେଇଥିଲେ । ଆଜି ସକାଳ ୬.୩୦ ସମୟରେ ଏକ ମାଲବାହୀ ଟ୍ରେନ ଚଢ଼ି ଯିବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଖବରପାଇ ସ୍ଥାନୀୟ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Comments are closed.