ମୁମ୍ବାଇ: ମହାରାଷ୍ଟ୍ରର ଧୁଲେଠାରେ ଥିବା ଏକ କେମିକାଲ୍ ଫ୍ୟାକ୍ଟ୍ରିରେ ଶନିବାର ଦିନ ଭୟାବହ ବିସ୍ଫୋରଣ ଘଟି ୧୨ ଶ୍ରମିକଙ୍କ ପ୍ରାଣହାନୀ ଘଟିଛି ଏବଂ ଏହି ଘଟଣାରେ ୫୮ ଜଣ ଗୁରୁତର ଭାବେ ଆହତ ହୋଇଥିବା ଗଣମାଧ୍ୟମ ସଂସ୍ଥା ଏଏନଆଇ ସୂତ୍ରରୁ ଜଣାପଡ଼ିଛି ।
ଏହି ଘଟଣାରେ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ଘଟିପାରେ ବୋଲି ଜଣାପଡ଼ିଛି । ଗୁରୁତର ଭାବେ ଆହତ ହୋଇଥିବା ଶ୍ରମିକମାନଙ୍କୁ ବିଭିନ୍ନ ଡ଼ାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।
#UPDATE SP Dhule, Vishwas Pandhare: 12 dead & 58 injured in the incident. #Maharashtra https://t.co/2qT9Hfv0cN
— ANI (@ANI) August 31, 2019
ଏହି ଘଟଣା ସମ୍ପର୍କରେ ଜାଣିବାପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ଏହି ଦୁର୍ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟସରକାର ସବୁପ୍ରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ।
ଏହି ଦୁର୍ଘଟଣା ଘଟିଥିବା କେମିକାଲ୍ ଫ୍ୟାକ୍ଟ୍ରି ନିକଟରେ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏହି ଅଘଟଣରେ ଫସି ଯାଇଥିବା ପ୍ରାୟ ୪୦ ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିଛି ।
ଏହି ଘଟଣାରେ ମୃତକଙ୍କ ମଧ୍ୟ ପୁରୁଷ ଶ୍ରମିକଙ୍କ ସହିତ ଅନେକ ମହିଳା ଶ୍ରମିକ ମଧ୍ୟ ରହିଛନ୍ତି । ସବୁଠାରୁ ଚିନ୍ତାର ବିଷୟ ହେଲାଯେ, ଦୁର୍ଘଟଣା ସ୍ଥଳରେ ନିର୍ଗତ ହେଉଥିବା ବିଷାକ୍ତ ଗ୍ୟାସ ଚାରିଆଡ଼େ ବ୍ୟାପିବାରେ ଲାଗିଛି ।
Comments are closed.