Latest Odisha News

ବିଗତ ୬ ବର୍ଷରେ ସର୍ବନିମ୍ନ ସ୍ତରକୁ ଖସିଲା ଜିଡିପି

ନୂଆଦିଲ୍ଲୀ: ଚଳିତ ୨୦୧୯-୨୦ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍‌ କ୍ୱାର୍ଟରରେ ଦେଶର ଜିଡିପି ହାର ୫%କୁ ଖସିଆସିଛି। ବିଗତ ୬ ବର୍ଷରେ ଏହା ସର୍ବନିମ୍ନ ବୋଲି ଜଣାପଡ଼ିଛି। ପୂର୍ବ କ୍ୱାର୍ଟରରେ ଜିଡିପି ହାର ୫.୭% ଥିଲା। ଉତ୍ପାଦନରେ ନକାରତ୍ମକ ସ୍ଥିତି କାରଣରୁ ଏପରି ପରିସ୍ଥିତି ଉପୁଜିଥିବା ବିଶେଷଜ୍ଞ ମାନେ ମତ ଦେଉଛନ୍ତି ।

ଏହାକୁ ଲକ୍ଷ୍ୟ କରି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପୁଣି ଥରେ ସୁଧହାର ହ୍ରାସ କରାଇବାର ସମ୍ଭାବନା ରହିଥିବା ଜଣାପଡିଛି ।

ଭାରତୀୟ ଅର୍ଥନୀତି ବର୍ତ୍ତମାନ ଫିଲିପାଇନ୍ସ ଏବଂ ଇଣ୍ଡୋନେସିଆଠାରୁ ମଧ୍ୟ ପଛରେ ପଡ଼ିଯାଇଥିବା ସୂଚନା ମିଳିଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଭାରତର ଅର୍ଥନୀତିକ ମାନ୍ଦାବସ୍ଥା ଆହୁରି ୨-୩ ବର୍ଷ ଲାଗି ରହିବ। ଏଥିରେ ଗଠନଗତ ସମସ୍ୟା ରହିଛି ଯାହାକି ଉତ୍ପାଦନ ଏବଂ ଗ୍ରାହକ, ଉଭୟଙ୍କ ପାଇଁ ସମସ୍ୟା ଉପୁଜାଉଥିବାରୁ ଏପରି ସ୍ଥିତି ରହିବ ବୋଲି କୁହାଯାଉଛି।

ତେବେ ଏଭଳି ସ୍ଥିତିକୁ ନେଇ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା କେଭି ସୁବ୍ରମଣ୍ୟନ୍‌ କହିଛନ୍ତି, ସରକାର ଅର୍ଥନୈତିକ ସମ୍ପ୍ରସାରଣ ପାଇଁ ବ୍ୟାପକ ପଦକ୍ଷେପ ନେଉଛନ୍ତି। ଜିଡିପି ହ୍ରାସ ପାଇବା ପଛରେ ଭୟ ସ୍ଥାନୀୟ ଏବଂ ବିଦେଶୀ କାରଣ ରହିଥିବା ସେ କହିଛନ୍ତି ।

Leave A Reply

Your email address will not be published.