ମହାରାଷ୍ଟ୍ର: ସାରା ବିଶ୍ୱରେ କାୟା ମେଲାଇଛି ମହାମାରୀ କରୋନା । ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି ମହାରାଷ୍ଟ୍ର ସରକାର ମେ’ ୩୧ ଯାଏଁ ଲକଡାଉନ ଅବଧିକୁ ବଢ଼ାଇ ଦେଇଛନ୍ତି ।
ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି । କେବଳ ମୁମ୍ବାଇରେ ୧୮,୫୫୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୬୯୬ ଜଣଙ୍କ ମୃତ୍ୟୁ ହୋଇଛି । ତେଣୁ ଏହାକୁ ଦେଖି ମହାରାଷ୍ଟ୍ର ସରକାର ତାଲାବନ୍ଦ ଅବଧିକୁ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ମହାରାଷ୍ଟ୍ର ପୂର୍ବରୁ ତେଲେଙ୍ଗାନା ସରକାର ମଧ୍ୟ ତାଲାବନ୍ଦ ଅବଧିକୁ ବଢ଼ାଇ ସାରିଛନ୍ତି । ସେଠାରେ ମଧ୍ୟ ମେ’ ୩୧ ଯାଏଁ ତାଲାବନ୍ଦ କଟକଣା ଲାଗୁ ହୋଇଛି । ସେହିପରି ଗତକାଲି ପଂଜାବ ସରକାର ରାଜ୍ୟରେ ପୁଣି ମେ’ ୩୧ ଯାଏଁ ଲକଡାଉନ୍ ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ଲକଡାଉନ୍୪.୦ର ଗାଇଡଲାଇନ୍ ଘୋଷଣା କରିବା ପୂର୍ବରୁ ବିଭିନ୍ନ ରାଜ୍ୟର ସରକାରମାନେ ଏଭଳି ପଦକ୍ଷେପ ନେଇଛନ୍ତି ।
Comments are closed.