Latest Odisha News

BREAKING NEWS

ମହାଶିବରାତ୍ରି: ଲିଙ୍ଗରାଜ ମନ୍ଦିରରେ କେତେବେଳେ ଉଠିବ ମହାଦୀପ ଜାଣନ୍ତୁ…

ଭୁବନେଶ୍ୱର: ଚଳିତ ବର୍ଷ ଫେବୃଆରୀ ୨୧ ତାରିଖରେ ପଡୁଛି ମହାଶିବରାତ୍ରି। ଏହି ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି ୧୦ ଟାରେ ମହାଦୀପ ଉଠିବ ବୋଲି ନିର୍ଘଣ୍ଟ ସ୍ଥିର ହୋଇଛି ।

ବୁଧବାର ଦିନ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ଓ ଖୋର୍ଦ୍ଧା କଲେକ୍ଟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ମହାଶିବରାତ୍ରିକୁ ସୁଚାରୁରୂପେ ସଞ୍ଚାଳନ କରିବା ନିମନ୍ତେ ବୈଠକରେ ନିମ୍ନ ଲିଖିତ ନିଷ୍ପତ୍ତି ମାନ ମଧ୍ୟ ଗ୍ରହଣ କରାଯାଇଛି…

-୨୧ ତାରିଖ ରାତ୍ର ୨.୩୦ ମିନିଟରେ ମନ୍ଦିର ଦ୍ୱାର ଖୋଲିବ ।

– ଭୋର ୩ ଟାରେ ପ୍ରଭୁ ଲିଙ୍ଗରାଜଙ୍କର ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପନ୍ନ ହେବ।

– ଏହାପରେ ଭୋର ୪ ଟାରୁ ଦିନ ୧୧.୩୦ ଯାଏଁ ମହାପ୍ରଭୁ ସାହାଣମେଲା ଦର୍ଶନ ଦେବେ।

– ଶ୍ରୀଲିଙ୍ଗରାଜଙ୍କ ଅନ୍ୟ ରୀତିନୀତି ଦିନ ୧୧.୩୦ ରୁ ଅପରାହ୍ନ ୩.୪୫ ମଧ୍ୟରେ ସମ୍ପନ୍ନ ହେବ।

-ଏହାପରେ ୩.୪୫ ରୁ ୪.୪୫ ପର୍ଯ୍ୟନ୍ତ ୨ ୟ ସାହାଣମେଳା ଦର୍ଶନ ହେବ।

– ଅପରାହ୍ନ ୪.୪୫ରୁ ରାତି ୧୦ ଟା ମଧ୍ୟରେ ଶ୍ରୀଲିଙ୍ଗରାଜଙ୍କ ଅନ୍ୟ ସମସ୍ତ ରୀତିନୀତି ଅନୁଷ୍ଠିତ ହେବ ।

– ରାତି ୧୦ ଟା ରୁ ୧୧ ଟା ପର୍ଯ୍ୟନ୍ତ ପୁନଃ ସାହାଣମେଳା ଦର୍ଶନ ଅନୁଷ୍ଠିତ ହେବ।

ଭକ୍ତମାନେ କିପରି ସୁରୁଖୁରୁରେ ଦର୍ଶନ କରିପାରିବେ ସେନେଇ ମନ୍ଦିର ବାହାରେ ଖାଲି ସ୍ଥାନର ଟାଇଲ ବିଛା ଯିବାର ନିର୍ଣ୍ଣୟ ଗ୍ରହଣ କରାଯାଇଛି।

ଏହାଛଡା ମନ୍ଦିର ଚାରିପାଖରେ ଅଧିକ ଲାଇଟ ଓ ସିସିଟିଭି ଲଗାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

Leave A Reply

Your email address will not be published.