Latest Odisha News

BREAKING NEWS

ମା ଶାରଳାଙ୍କ ପୀଠରେ ରୀତିନୀତିରେ ଚାଲିଛି ମହାଷ୍ଟମୀ ପୂଜା

ଜଗତସିଂହପୁର : ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠରେ ରୀତିନୀତି ଅନୁସାରେ ଚାଲିଛି ମହାଷ୍ଟମୀ ପୂଜା। ଘଣ୍ଟଘଣ୍ଟା,ପ୍ରଖାଳ ଧ୍ୱନିରେ ପ୍ରକମ୍ପିତ ହେଉଛି ସାରା ଝଙ୍କଡ଼ ପୀଠ। ଚଣ୍ଡୀପାଠ ସହ ମନ୍ତ୍ରତନ୍ତ୍ର ପୂଜାରେ ମାଙ୍କ ପୂଜା ଚାଲୁଥିବା ବେଳେ ଏହି ଅଲୌକିକ ପୂଜାର ଦର୍ଶନ ପାଇଁ ମାଙ୍କ ପୀଠକୁ ଭକ୍ତଙ୍କ ସୁଅ ଛୁଟିଛି।

ଆଜି ସକାଳୁ ଦ୍ୱାରଫିଟା ନୀତି, ମଧୁ ମାର୍ଜ୍ଜନା, ମଙ୍ଗଳ ଆରତୀ, ବାଳଭୋଗ ସରିବାପରେ ଚୂଡ଼ାଘସା ଓ ମଣ୍ଡା ଭୋଗ ଲାଗି ହୋଇଛି ମାଙ୍କ ନିକଟରେ। ବିଶ୍ୱାସ ରହିଛି ପ୍ରଥମ ଧାନରୁ ପ୍ରସ୍ତୁତ ପ୍ରଥମ ଚୂଡ଼ାକୁ ମାଙ୍କ ନିକଟରେ ଅର୍ପଣ କଲେ, ସାରାବର୍ଷ ପରିବାରରେ ସୁଖ ଶାନ୍ତି ତଥା ସମୃଦ୍ଧି ପ୍ରାପ୍ତି ହୋଇଥାଏ। ହଜାର ହଜାର ଶ୍ରଦ୍ଧାଳୁ ନିଜ ହାତରେ ଚୂଡ଼ା ଘସା ପ୍ରସ୍ତୁତ କରି ମାଙ୍କ ନିକଟରେ ଅର୍ପଣ କରିଛନ୍ତି। ଅନ୍ୟପଟେ କୋଭିଡ କଟକଣା ଯୋଗୁଁ ଦୀର୍ଘଦିନ ପରେ ମାଙ୍କ ପୀଠରେ ପାର୍ବଣ ପର୍ବ ପାଳିତ ହେଉଥିବାରୁ ଭକ୍ତଙ୍କ ମନରେ ଉତ୍ସାହ ଦେଖାଦେଉଛି।

Comments are closed.