Latest Odisha News

BREAKING NEWS

ଦେଖନ୍ତୁ ଭିଡ଼ିଓ; ମା’ ବିରଜାଙ୍କ ପୀଠରେ ମହାଷ୍ଟମୀ ପୂଜା

ଯାଜପୁର: ଧରବତାରଣ କରିଛନ୍ତି ଜଗତଜନିନୀ ମାଆ ଦୁର୍ଗା। ସବୁଠି ଚାଲିଛି ତାଙ୍କର ଷୋଡଶ ପୂଜା ଉପଚାର। ଗଗନ ପବନ ପୁଲକିତ । ମାଆଙ୍କ ଆଗମନରେ ପ୍ରକମ୍ପିତ ହେଉଛି ଧରାପୃଷ୍ଠ। ଏହି ଶାରଦୀୟ ପୂଜା ଅବସରରେ ଆଜି ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ପାଳନ ହୋଇଛି ମହାଷ୍ଟମୀ ପୂଜା ।

ପ୍ରାତଃ ସମୟରେ ପବିତ୍ର ବୈତରଣୀ ଜଳରେ ମା’ଙ୍କର ପ୍ରଥମ ସ୍ନାନ କାର୍ଯ୍ୟ ଆରମ୍ଭ ହୋଇ ସମସ୍ତ ପୂଜା ରୀତି ଆରମ୍ଭ ହୋଇଥିଲା। ସବୁ ବର୍ଷ ଏହି ନବରାତ୍ରି ସମୟରେ ହଜାର ସଂଖ୍ୟକ ଶ୍ରଦ୍ଧାଳୁମାନଙ୍କର ସମାଗମ ମାଙ୍କ ଦର୍ଶନ ନିମନ୍ତେ ହୋଇଥାଏ । ଏହି ସମୟରେ ଦୁର୍ଲଭ ବେଶରେ ଦର୍ଶନ ପାଇଁ ଲୋକ ବ୍ୟକୁଳ ହୁଅନ୍ତି । ତେବେ ଚଳିତ ବର୍ଷ ଏହା ସମ୍ଭବ ହୋଇ ପରି ନାହିଁ। କୋଭିଡ କଟକଣା ଯୋଗୁଁ ପୀଠରେ ୧୪୪ ଲାଗୁ କରାଯାଇଛି । ସାଧାରଣ ଦର୍ଶନ ଉପରେ କଟକଣା ଜାରି ହୋଇଛି ।

 

Leave A Reply

Your email address will not be published.