Latest Odisha News

BREAKING NEWS

[ଭିଡିଓ] ବିଧାୟକ ବାହିନୀପତି ସାଜିଲେ କଳାକାର

ଭୁବନେଶ୍ୱର: ରାଜନେତାଙ୍କର କେତେ ରୂପ । ତେବେ ଏଠି କାହାକୁ ଆକ୍ଷେପ କରାଯାଇନି, ବରଂ ଓଡିଶାର ଜଣେ ବିଧାୟକଙ୍କ ଅନ୍ୟତମ ପ୍ରତିଭା ବିଷୟରେ ଉଲ୍ଲେଖ ହୋଇଛି । କୋରାପୁଟ, ଜୟପୁରର ବିଧାୟକ ତାରା ପ୍ରସାଦ ବାହିନୀପତି ଅନେକ ଥର ଗୀତ ଗାଇ ଚର୍ଚ୍ଚାକୁ ଆସିଥିଲେ । ହେଲେ ଏଥର ସେ କଳାକାର ସାଜି ଏକ ଭଜନ ଭିଡିଓରେ ଦର୍ଶକଙ୍କ ସାମ୍ନାକୁ ଆସିଛନ୍ତି ।

ଦୁର୍ଗାପୂଜାରେ ମା’ ଶକ୍ତିଙ୍କ ଉଦ୍ଦେଶ୍ୟରେ ସମର୍ପିତ ହୋଇଛି ଭଜନ ଭିଡିଓ “ଆସ ମା’ ଦଶଭୂଜା” । ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଏଥିରେ ଅଭିନୟ ମୁଦ୍ରାରେ ଦେଖିବାକୁ ମିଳିଛି । ଯେଉଁଥିରେ ସେ ଜଣେ ପୂଜାକ ଭାବେ ନଜର ଆସିଛନ୍ତି । ପାରମ୍ପରିକ ପୋଷାକରେ ସେ ମା’ ଦୁର୍ଗାଙ୍କ ମନ୍ତ୍ର ଉଚ୍ଚାରଣ କରିବାରେ ଦେଖିବାକୁ ମିଳିଛି ।

(Courtesy: K1 Live)

ଏହି ଭଜନର ସଙ୍ଗୀତ ନିର୍ଦ୍ଦେଶନା ଭାର ଅଭିଜିତ ମଜୁମଦାର ସମ୍ଭାଳିଥିଲାବେଳେ ଲିରିକ୍ସ ଲାଇନ୍ ସଜାଇଛନ୍ତି ନିର୍ମଳ ନାୟକ । ଅଭିଜିତ, ମୋନାଲି, ସ୍ୱୟମ, ସୋହିନୀ, ବିଷ୍ଣୁମୋହନ କବି ଓ ଜାଗୃତିଙ୍କ କଣ୍ଠରେ ଏହି ଗୀତଟି ଲୋକଙ୍କ ନିକଟରେ ଖୁବ୍ ଲୋକପ୍ରିୟ ହୋଇପାରିଛି ।

Leave A Reply

Your email address will not be published.