Latest Odisha News

BREAKING NEWS

ମହାତ୍ମା ଗାନ୍ଧିଙ୍କୁ ୬ଥର ମାରିଦେବାକୁ ଉଦ୍ୟମ ହୋଇଥିଲା, ଜାଣନ୍ତୁ କେବେ ଓ କେମିତି ?

ମହାତ୍ମା ଗାନ୍ଧୀଙ୍କ ଜୀବନ ଏକ ଖୋଲା ପୁସ୍ତକ ପରି ଥିଲା। କୌଣସି କାମ ସେ ଲୁଚାଛପାରେ କରୁନଥିଲେ । କୌଣସି ଜିନିଷକୁ ଗୁପ୍ତ ରଖୁ ନଥିଲେ । ସେଥିପାଇଁ ବାପୁଙ୍କ ନୀତି ଓ ଆଦର୍ଶକୁ ଆଜି ବି ଦେଶ ଓ ବିଶ୍ୱସ୍ତରରେ ସମ୍ମାନ କରାଯାଉଛି । କିନ୍ତୁ ଜାଣିଛନ୍ତି କି ମହାତ୍ମା ଗାନ୍ଧିଙ୍କୁ ବିଭିନ୍ନ ସମୟରେ ଜୀବନରେ ମାରି ଦେବାକୁ ଦୁଃସାହସ ବି ହୋଇଥିଲା । ମହାତ୍ମା ଗାନ୍ଧିଙ୍କ ଉପରେ ୬ ଥର ହୋଇଥିଲା ସାଂଘାତିକ ଆକ୍ରମଣ ।
୧୯୩୪ରେ ପ୍ରଥମ ହମଲା

ମହାତ୍ମା ଗାନ୍ଧିଙ୍କ ଉପରେ ପ୍ରଥମ ଆକ୍ରମଣ ୧୯୩୪ ମସିହାରେ ପୁଣେରେ ହୋଇଥିଲା । ଯେତେବେଳେ ସେ ଏକ କାର୍ୟ୍ୟକ୍ରମକୁ ଯିବାକୁ ବାହାରିଥିଲେ । ଏକ ଭଳିଆ ଦୁଇଟି ଗାଡ଼ି ଆସିଥିଲା । ଗୋଟିଏରେ ଆୟୋଜକ ସଦସ୍ୟ ବସିଥିଲେ ଓ ଅନ୍ୟଟିରେ କସ୍ତୁରବାଙ୍କ ସହ ଯାଉଥିଲେ ମହାତ୍ମା ଗାନ୍ଧି ।
ରାସ୍ତାରେ ରେଲଓ୍ୱେ ଫାଟକରେ ଗାନ୍ଧିଜୀଙ୍କ କାର ଅଟକିଥିବା ବେଳେ ଆଗରେ ଯାଉଥିବା କାରଟି ବିସ୍ଫୋରଣରେ ଉଡ଼ିଯାଇଥିଲା । ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା ଗାନ୍ଧିଜୀ ।
ପଞ୍ଚଗାନୀରେ ଛୁରା ମାରିବାକୁ ଉଦ୍ୟମ
୧୯୪୪ ମସିହାରେ ଆଗା ଖାନ ପ୍ୟାଲେସରୁ ମୁକ୍ତ ହେବା ପରେ ମହାତ୍ମା ଗାନ୍ଧୀ ପଞ୍ଚଗାନିରେ ରହିଥିଲେ । ଯେଉଁଠାରେ କିଛି ଲୋକ ତାଙ୍କୁ ବିରୋଧ ପ୍ରଦର୍ଶନ କରିଥିଲେ ।

ବାପୁ ସେମାନଙ୍କ ସମସ୍ୟା ସମ୍ପର୍କରେ ଜାଣିବା ସହ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ସେମାନେ ରାଜି ହୋଇ ନଥିଲେ । ଏତିକିବେଳେ ହଠାତ୍ ଜଣେ ଲୋକ ଛୁରାରେ ଆକ୍ରମଣ ଉଦ୍ୟମ କରିଥିଲା । ସେଠାରେ ଥିବା ଲୋକ ତାକୁ କାବୁ କରିଥିଲେ ।

ମୁମ୍ବାଇରେ ହମଲା
୧୯୪୪ ମସିହାରେ ବମ୍ବେରେ ଗାନ୍ଧୀ ଏବଂ ଜିନ୍ନାଙ୍କ ଆଲୋଚନା ଅନୁଷ୍ଠିତ ହେବାର ଥିଲା । ମୁସଲିମ୍ ଲିଗ୍ ଓ ହିନ୍ଦୁ ମହାସଭାର କିଛି ସଦସ୍ୟ ସାକ୍ଷାତରେ ନାଖୁସ ଥିଲେ । ସେଠାରେ ମଧ୍ୟ ଗାନ୍ଧିଜୀଙ୍କୁ ଆକ୍ରମଣ ଉଦ୍ୟମ ହୋଇଥିଲା ।
ଚମ୍ପାରନରେ ଦୁଇଥର ହତ୍ୟା ଉଦ୍ୟମ
୧୯୪୬ ମସିହାରେ ନେରୁଲ ଯିବା ବେଳେ ମହାତ୍ମା ଗାନ୍ଧି ଯାଉଥିବା ଟ୍ରେନର ଟ୍ରାକଗୁଡିକୁ ଖୋଲି ଦିଆଯାଇଥିଲା । ଟ୍ରେନ ଓଲଟି ପଡ଼ିଥିଲା । ସେହିପରି ୧୯୪୮ ମସିହାରେ ଦୁଇଟି ଆକ୍ରମଣ ହୋଇଥିଲା। ପ୍ରଥମ ଥର ପାଇଁ ମଦନଲାଲ ବୋମା ବିସ୍ଫୋରଣ କରିବାକୁ ଚାହୁଁଥିଲେ । କିନ୍ତୁ ଫୁଟି ନଥିଲା ଓ ଲୋକମାନଙ୍କ ହାତରେ ସେ ଧରାପଡିଥିଲେ ।
ଷଷ୍ଠ ଆକ୍ରମଣରେ ଆଖି ବୁଜିଲେ ବାପୁ

ଷଷ୍ଠ ଥର ଆକ୍ରମଣରେ ଚିର ଦିନ ପାଇଁ ଆକି ବୁଜିଲେ ଜାତିର ପିତା । ସେଦିନ ଥିଲା ୧୯୪୮ ମସିହା ଜାନୁଆରୀ ୩୦ ତାରିଖ । ନାଥୁରାମ ଗଡସେ ଗୁଳି ଚଳାଇଥିଲେ । ଟଳି ପଡ଼ିଥିଲେ ମହାତ୍ମା ଗାନ୍ଧି ।

Leave A Reply

Your email address will not be published.