Latest Odisha News

BREAKING NEWS

ଗାନ୍ଧୀଜିଙ୍କ ସମ୍ପର୍କରେ କିଛି ରୋଚକ କଥା, ପଢନ୍ତୁ

ଭୁବନେଶ୍ୱର: ମହାନ ଜନନାୟକ ତଥା ସ୍ଵାଧିନତା ସଂଗ୍ରାମୀ ଏବଂ ଜାତିର ପିତା ହେଉଛନ୍ତି ମହାତ୍ମା ଗାନ୍ଧୀ । ଯାହାଙ୍କ ପ୍ରଚେଷ୍ଟା ଓ ନେତୃତ୍ୱରେ ଆମେ ଭାରତବାସୀ ଆଜି ସ୍ୱାଧୀନତାର ସହ ଜୀବନ ଅତିବାହିତ କରୁଛନ୍ତି।

୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଗୁଜୁରାଟର ପୋରବନ୍ଦରଠାରେ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ଜନ୍ମଗ୍ରହଣ କରିଥିଲେ ।

ଭାରତକୁ ସ୍ୱାଧୀନତା ପ୍ରଦାନ କରିବାରେ ତାଙ୍କର ମୁଖ୍ୟ ଭୂମିକା ରହିଥିବା ବେଳେ ଗାନ୍ଧୀଜି ଏହି ସ୍ୱାଧୀନତା ଲାଗି ବିଭିନ୍ନ ସ୍ଥାନକୁ ପରିଭ୍ରମଣ କରି ଲୋକବଳ ଏକଜୁଟ କରୁଥିଲେ ।

ଅଧିକ ପଢନ୍ତୁ- ଜାଣନ୍ତୁ, କାହିଁକି ଗାନ୍ଧୀଜିଙ୍କୁ ବିକିବାକୁ ପଡିଥିଲା ନିଜ ‘ଅଟୋଗ୍ରାଫ୍‌’

ଗାନ୍ଧୀଜିଙ୍କ ଜୟନ୍ତୀ ତଥା ଅକ୍ଟୋବର ୨ ତାରିଖକୁ ଅନ୍ତରାଷ୍ଟ୍ରୀୟ ଅହିଂସା ଦିବସ ଭାବେ ପାଳନ କରାଯାଇଥାଏ ।

ଅସ୍ପୃଶ୍ୟତା ବିରୋଧରେ ଲଢେଇ ଜାରି କରିଥିବା ଗାନ୍ଧୀଜି ୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ନୂଆଦିଲ୍ଲୀ ଠାରେ ନାଥୁରାମ ଗଡସେ୍ ତାଙ୍କୁ ହତ୍ୟା କରିଥିଲା ।

ମହାତ୍ମା ଗାନ୍ଧୀଙ୍କ ନାମରେ ଦେଶରେ ପାଖାପାଖି ୫୦ରୁ ଉର୍ଦ୍ଧ୍ୱ ରାଜପଥ ରହିଛି । ଏପରିକି ଗାନ୍ଧିଜିଙ୍କ ନାମରେ ବିଦେଶରେ ପ୍ରାୟ ଅନେକ ସହରରେ ସଡକ ରହିଛି ।

ସମ୍ପୂର୍ଣ୍ଣ ଜୀବନ କାଳରେ ଗାନ୍ଧୀଜି କୌଣସି ରାଜନୈତିକ ପଦ ଗ୍ରହଣ କରିନଥିଲେ ।

Leave A Reply

Your email address will not be published.