Latest Odisha News

BREAKING NEWS

ଜାଣନ୍ତୁ, କାହିଁକି ଗାନ୍ଧିଜୀଙ୍କୁ ବିକିବାକୁ ପଡିଥିଲା ନିଜ ‘ଅଟୋଗ୍ରାଫ୍’ !

ଭୁବନେଶ୍ୱର: ଚଳିତ ବର୍ଷ ସାରା ଦେଶରେ ଜାତିର ପିତା ତଥା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ କରାଯାଉଛି । ଯାହାଙ୍କର ମୂଳମନ୍ତ୍ର ଥିଲା ଅହିଂସା ।

୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଗୁଜୁରାଟର ପୋରବନ୍ଦରଠାରେ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ଜନ୍ମଗ୍ରହଣ କରିଥିଲେ । ଭାରତକୁ ସ୍ୱାଧୀନତା ପ୍ରଦାନ କରିବାରେ ତାଙ୍କର ମୁଖ୍ୟ ଭୂମିକା ରହିଥିବା ବେଳେ ଗାନ୍ଧିଜୀ ଏହି ସ୍ୱାଧୀନତା ଲାଗି ବିଭିନ୍ନ ସ୍ଥାନକୁ ପରିଭ୍ରମଣ କରି ଲୋକବଳ ଏକଜୁଟ କରୁଥିଲେ ।

ସରଳ ଜୀବନଯାପନ ଓ ଉଚ୍ଚ ବିଚାର ପାଇଁ ଗାନ୍ଧୀଜିକୁ ସମସ୍ତେ ଶ୍ରଦ୍ଧାରେ ବାପୁ ବୋଲି ସମ୍ବୋଧନ କରିଥାନ୍ତି । ଗାନ୍ଧୀଜିଙ୍କ ଜୀବନ ଅନେକ କଷ୍ଟ ତଥା ସଂଘର୍ଷରେ ଅତିବାହିତ ହୋଇଥିଲେ ମଧ୍ୟ ସେ କେବେ ପଛକୁ ବୁଲି ଦେଖିନାହାଁନ୍ତି କି କେବେ ହାର ମାନିନାହାଁନ୍ତି । ତାଙ୍କର ଆପ୍ରାଣ ପ୍ରଚେଷ୍ଟା ଫଳରେ ଦେଶକୁ ବ୍ରିଟିଶ୍ ଶାସନ କବଳରୁ ମୁକ୍ତି ମିଳିପାରିଥିଲା ।

ତାଙ୍କ ଜୀବନରେ ଏଭଳି ଏକ ସମୟ ଆସିଥିଲା ଯେତେବେଳେ ଗାନ୍ଧୀଜିଙ୍କୁ ନିଜର ଅଟୋଗ୍ରାଫକୁ ମାତ୍ର ୫ ଟଙ୍କାରେ ବିକ୍ରି କରିବାକୁ ପଡିଥିଲା ।

କୁହାଯାଏ, ଗାନ୍ଧିଜୀଙ୍କ କର୍ମକ୍ଷେତ୍ର କେବଳ ବିହାରର ଚମ୍ପାରଣ ନଥିଲା । ସେ ସ୍ୱାଧୀନତା ପାଇଁ ଲୋକବଳ ଏକଜୁଟ କରିବା ଲାଗି ଭାଗଲପୁର ମଧ୍ୟ ଯାଇଥିଲେ । ୧୯୩୪ ମସିହା ଭାଗଲପୁରରେ ହୋଇଥିବା ପ୍ରାକୃତିକ ଦୁର୍ବିପାକ ସମୟରେ ଗାନ୍ଧୀଜି ପୀଡ଼ିତମାନଙ୍କୁ ସାହାଯ୍ୟ କରିବା ଲାଗି କିଛି ତାଙ୍କୁ କିଛି ଅର୍ଥ ରାଶି ମଧ୍ୟ ଯୋଗାଡ କରିବାକୁ ପଡିଥିଲା । ଯେଉଁଥିପାଇଁ ତାଙ୍କ ଅଟୋଗ୍ରାଫ୍ ନେଉଥିବା ବ୍ୟକ୍ତିଙ୍କ ଠାରୁ ସେ ୫ ଟଙ୍କା ଲେଖାଏଁ ଅର୍ଥ ଗ୍ରହଣ କରିଥିଲେ, ଯାହାକୁ ପରବର୍ତ୍ତୀ ସମୟରେ ପିଡିତଙ୍କ ସହାୟତା ଲାଗି ପ୍ରଦାନ କରିଥିଲେ ।

ସେ ସମୟରେ ଗାନ୍ଧୀ ଭୂମିକମ୍ପ ସ୍ଥାନରେ ଜାରି ରହିଥିବା ଉଦ୍ଧାର କାର୍ଯ୍ୟକୁ ତଦାରଖ କରିବା ଲାଗି ଭାଗଲପୁର ଯାଇଥିଲେ । ପୀଡ଼ିତ ମାନଙ୍କ ସାହାଯ୍ୟ ଲାଗି ଅନେକ ସ୍ୱୟଂ-ସହାୟକମାନେ ସାମିଲ ରହିଥିବା ବେଳେ ଏକ ସଭାର ଆୟୋଜନ କରାଯାଇଥିଲା । ଏପରିକି ସଭାରେ ବାପୁଙ୍କୁ ଭେଟିବା ଲାଗି ଆସିଥିବା ଲୋକମାନେ ଯେତେବେଳେ ତାଙ୍କର ଅଟୋଗ୍ରାଫ୍ ନେଇଥିଲେ, ତା’ର ପ୍ରତିବଦଳରେ ଗାନ୍ଧିଜୀ ସେମାନଙ୍କ ଠାରୁ ୫ ଟଙ୍କା ଲେଖାଏଁ ଗ୍ରହଣ କରୁଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି ।

Leave A Reply

Your email address will not be published.