Latest Odisha News

ଠକେଇ ମାମଲାରେ ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ ୭ ବର୍ଷ ଜେଲ

ଜୋହାନ୍ସବର୍ଗ: ଜାତିର ପିତା ମହାତ୍ମା ଗାନ୍ଧୀ। ଦେଶରେ ସ୍ବତନ୍ତ୍ରତା ଫେରାଇ ଆଣିବା ପାଇଁ ଅନେକ ବଳିଦାନ ଦେଇଛନ୍ତି ଗାନ୍ଧୀଜୀ। ତେବେ ଗାନ୍ଧୀଜୀଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଖବର ସାମ୍‌ନାକୁ ଆସିଛି। ଠକେଇ ମାମଲାରେ ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବା ସୂଚନା ମିଳିଛି। ଆଶିଷ ଲତା ରାମଗୋବିନଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି।

୫୬ ବର୍ଷିୟା ଲତା ରାମଗୋବିନ ୬ ମିଲିୟନ୍‌ ରାଣ୍ଡ୍‌ (ଦକ୍ଷିଣ ଆଫ୍ରିକାର ମୁଦ୍ରାର ଏକକ) ଜାଲିଆତି ମାମଲାରେ ଅଭିଯୁକ୍ତ ଥିଲେ। ତାଙ୍କୁ ଡର୍ବାନ କୋର୍ଟ ୭ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି।

ସୋମବାର କୋର୍ଟରେ ଆଶିଷ ଲତା ରାମଗୋବିନ୍ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ଆଶିଷ ଲତା ହେଉଛନ୍ତି ବିଶିଷ୍ଟ ଅଧିକାର କର୍ମୀ ଏଲା ଗାନ୍ଧୀ ଏବଂ ସ୍ୱର୍ଗତ ମେୱା ରାମଗୋବିନ୍ଦଙ୍କ ଝିଅ। ଲତା ରାମଗୋବିନ୍ ତାଙ୍କ ଉପରେ ହୋଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିବା ଜଣାପଡ଼ିଛି।

Comments are closed.