Latest Odisha News

BREAKING NEWS

ରାମ ମନ୍ଦିର ନିର୍ମାଣ ପାଇଁ ପାଟନାର ମହାବୀର ମନ୍ଦିର ୧୦ କୋଟି ଟଙ୍କା ଦେବ

ପାଟନା: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ବିଭିନ୍ନ ମହଲରୁ ଅର୍ଥର ସୁଅ ଛୁଟିବାରେ ଲାଗିଲାଣି । ପାଟନାର ମହାବୀର ମନ୍ଦିର ଏଥିପାଇଁ ୧୦ କୋଟି ଟଙ୍କା ଦେବ ବୋଲି ଘୋଷଣା କରିଛି ।

ପ୍ରାରମ୍ଭିକ ପର୍ଯ୍ୟାୟରେ ୨ କୋଟି ଟଙ୍କା ଚେକ୍ ଦେବାକୁ ଯାଉଛି ବୋଲି ମନ୍ଦିର ଟ୍ରଷ୍ଟର ସଚିବ କିଶୋର କୁଣାଳ କହିଛନ୍ତି । ବାକି ଅର୍ଥ କିସ୍ତି ଆକାରରେ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ମନ୍ଦିର ଦାନପେଟିରେ ୧୮୧୮ରେ ୩୦ଟି ମୁଦ୍ରା ମିଳିଥିଲା । ଏହି ମୁଦ୍ରାରେ ଶ୍ରୀରାମ, ସୀତାଜୀ, ଲକ୍ଷ୍ମଣ ଓ ହନୁମାନଙ୍କ ଚିତ୍ର ରହିଛି । ଏହି ମୁଦ୍ରାଗୁଡିକ ମଧ୍ୟ ରାମମନ୍ଦିରକୁ ଦିଆଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.