Latest Odisha News

BREAKING NEWS

ଜାପାନରୁ ଫେରିଲା ୨ ଓଡ଼ିଆ ଯୁବକଙ୍କ ମୃତଦେହ

ଭୁବନେଶ୍ୱର: ଜାପାନ ଟୋକିଓ ସହରରେ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦୁଇ ଓଡ଼ିଆ ଯୁବକଙ୍କର ମରଶରୀର ରବିବାର ଦିନ କୋଲକତାର ନେତାଜୀ ସୁବାସ ଚନ୍ଦ୍ର ବୋଷ ଅର୍ନ୍ତଜାତୀୟ ବିମାନ ବନ୍ଦରରେ ପହଞ୍ଚିଛି ।

ସେମାନେ ହେଲେ ବାଲେଶ୍ୱର କମର୍ଦ୍ଦାର ଶେଖ୍ ମଣ୍ଟାଜ୍ ଏବଂ ଯାଜପୁର ବଡ଼ଚଣାର ଶେଖ୍ ବାହାରୁଦ୍ଦିନ୍ ।

ପ୍ରାପ୍ତ ସୂଚନାନୁଯାୟୀ ପରିବାର ଲୋକେ ନିଜ ଆତ୍ମୀୟଙ୍କ ମୃତଦେହକୁ ବିଦେଶରୁ ଫେରାଇ ଆଣିବା ଓଡିଶା ସରକାରଙ୍କ ‘ମୋ ପରିବାର’ ଲୋଡିଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ‘ଓଡ଼ିଶା-ମୋ ପରିବାର’ ଆବାହକ ଅରୂପ ପଟ୍ଟନାୟକ ଏବଂ ଉପଦେଷ୍ଟା ବିବେକାନନ୍ଦ ପଟ୍ଟନାୟକ ଜାପାନରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରି ମୃତ ଦୁଇ ଯୁବକଙ୍କ ମୃତଦେହକୁ ଓଡ଼ିଶା ଫେରାଇ ଆଣିବାକୁ ଉଦ୍ୟମ କରାଯାଇଥିଲା ।

ଆଜି ସକାଳୁ ବିମାନେଯୋଗେ ସେମାନଙ୍କ ପାର୍ଥିବ ଶରୀର କୋଲକତାର ନେତାଜୀ ସୁବାସ ଚନ୍ଦ୍ର ବୋଷ ଅର୍ନ୍ତଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲା । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ‘ଓଡ଼ିଶା-ମୋ ପରିବାର’ ଆବାହକ ଶ୍ରୀ ପଟ୍ଟନାୟକ ଏବଂ ଉପଦେଷ୍ଟା ଶ୍ରୀ ପଟ୍ଟନାୟକ ସେଠାରେ ଉପସ୍ଥିତ ରହି ପାର୍ଥିବ ଶରୀରକୁ ଗ୍ରହଣ କରିଥିଲେ ।

ପରବର୍ତ୍ତୀ ସମୟରେ ଉଭୟଙ୍କ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ଏହାବ୍ୟତିତ ‘ଓଡ଼ିଶା-ମୋ ପରିବାର’ ପକ୍ଷରୁ ସେମାନଙ୍କୁ ସବୁ ପ୍ରକାର ସହାୟତା ମଧ୍ୟ ଯୋଗାଇ ଦିଆଯାଇଥିଲା । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ଆବାହକ ଅରୂପ ପଟ୍ଟନାୟକ ଆର୍ଥିକ ସହାୟତା ପ୍ରଦାନ କରିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.