ଲଣ୍ଡନ: ଟିମ୍ ଇଣ୍ଡିଆର ପୂର୍ବତନ କପ୍ତାନ ଧୂରୀଣ ଧୁରନ୍ଧର୍ ମହେନ୍ଦ୍ର ସିଂହ ଧୋନୀ ଆଜି ପାଳିଛନ୍ତି ତାଙ୍କର ୩୮ତମ ଜନ୍ମଦିବସ । ଏବେ ଧୋନୀ ବିଶ୍ୱକପ ଖେଳୁଥିବା ବେଳେ ପତ୍ନୀ ସାକ୍ଷୀ ଓ ସାଥି ଖେଳାଳୀଙ୍କ ସହିତ ମିଶି ତାଙ୍କର ବାର୍ଥଡ଼େ ପାଳିଥିବା ସୂଚନା ମିଳିଛି ।
#TeamIndia‘s players pose with the birthday boy #MSDhoni during the celebrations at the team hotel. #HappyBirthdayMSD #CWC19 pic.twitter.com/zoPl07ZEcx
— Circle of Cricket (@circleofcricket) July 7, 2019
ଧୋନୀଙ୍କୁ ସକାଳେ ବିଶ୍ୱକପ ଦଳର କପ୍ତାନ ବିରାଟ କୋହଲୀ ଫୁଲତୋଡ଼ା ଦେଇ ଜନ୍ମଦିନର ଅଭିନନ୍ଦର ଜଣାଇଥିଲେ । ବିରାଟଙ୍କ ସାଥିରେ ଥିଲେ ପତ୍ନୀ ଅନୁଷ୍କା, ସେ ମଧ୍ୟ ଧୋନୀଙ୍କୁ ତାଙ୍କର ଅଜସ୍ର ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ସାଥି ଖେଳାଳୀ ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର ଏବଂ ରୋହିତ ଶର୍ମା ମଧ୍ୟ ଧୋନୀଙ୍କୁ ରୁମ୍ କୁ ଯାଇ ଶୁଭେଚ୍ଛା ଜଣାଇଛନ୍ତି । ସନ୍ଧ୍ୟା ସମୟରେ ଭାରତୀୟ ଟିମର ସମସ୍ତ ସଦସ୍ୟ ଏବଂ ମ୍ୟାନେଜିଂ କମିଟିର ଅଧିକାଂଶ ସଦସ୍ୟ ଧୋନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ସୂଚନା ମିଳିଛି ।
#HappyBirthdayMSDhoni wish you a successful life , Great year ahead Nation is proud of you . pic.twitter.com/KNfEKyGi6F
— Sudarsan Pattnaik (@sudarsansand) July 7, 2019
ଓଡ଼ିଶାର ଖ୍ୟାତନାମା ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲିରେ ତିଆରି କରିଛନ୍ତି ଏକ ପ୍ରକାଣ୍ଡ ବ୍ୟାଟ୍ । ସେଥିରେ ସେ ଧୋନୀଙ୍କ ଚିତ୍ର ରଖି ଜନ୍ମ ଦିନର ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏହି ବାଲୁକା କଳାକୁ ଶିଳ୍ପୀ ସୁଦର୍ଶନ ମଧ୍ୟ ଟ୍ୱିଟ୍ କରିଛନ୍ତି ।
Comments are closed.