Latest Odisha News

BREAKING NEWS

ଧୋନି ଯୁଗର ଅବସାନ: ରନ୍ ଆଉଟରୁ ଆରମ୍ଭ, ରନ୍ ଆଉଟରେ ଶେଷ

ଭୁବନେଶ୍ୱର: କ୍ରିକେଟରୁ ଅଲବିଦା କହିଛନ୍ତି ମହେନ୍ଦ୍ର ସିଂହ ଧୋନି । ଅବସର ଘୋଷଣା କରିଛନ୍ତି । ଏବେ କେବଳ ଫଟାଫଟ କ୍ରିକେଟରେ ଧୋନିଙ୍କ ବ୍ୟାଟିଂ ଜଲଓ୍ୱା ଦେଖିବାକୁ ମିଳିବ । କ୍ରିକେଟ ଓ ଭାରତୀୟ କ୍ରିକେଟ ସେ ଯାହା କରି ଯାଇଛନ୍ତି ତାହା ଇତିହାସରେ ଲିପିବଦ୍ଧ ହୋଇଛି । ୧୫ ବର୍ଷ ପୂର୍ବେ ନୀଳ ଜର୍ସିରେ ମୈଦାନକୁ ଓହ୍ଲାଇଥିଲେ ମାହି । ୨୦୧୯ରେ ଶେଷ ଥର ନୀଳ ଜର୍ସିରେ ନଜର ଆସିଥିଲେ ।
ରନ୍ ଆଉଟରୁ ଆରମ୍ଭ, ରନ୍ ଆଉଟରେ ଶେଷ
ମାହି ଅନେକ ରେକର୍ଡର ଅଧିକାରୀ । ଟିମ୍ ଇଣ୍ଡିଆକୁ କ୍ରିକେଟର ତିନିଟି ଯାକ ଫର୍ମାଟରେ ନମ୍ବର ଓ୍ୱାନ କରାଇଛନ୍ତି । କିନ୍ତୁ ରନ ଆଉଟ୍ ତାଙ୍କ ପିଛା ଛାଡି ନଥିଲା । ରନ ଆଉଟରୁ ଆରମ୍ଭ ହୋଇଥିଲା ଧୋନିଙ୍କର ଅନ୍ତର୍ଜାତୀୟ ଦିନିକିଆ କ୍ୟାରିୟର । ରନ୍ ଆଉଟରେ ବି ଶେଷ ହୋଇଥିଲା । ବାଂଲାଦେଶ ବିପକ୍ଷରେ ଡେବ୍ୟୁ ମ୍ୟାଚରେ ଶୂନ ରନରେ ପାଭିଲନ୍ ଫେରିଥିଲେ ମାହି ।

୨୦୧୯ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଓ୍ୱାନ୍ ଡେ
ଶେଷ ଥର ଧୋନିଙ୍କୁ ଜର୍ସି ନମ୍ବ-୭ ସହ ୨୦୧୯ ବିଶ୍ୱକପର ସେମି ଫାଇନାଲ ଲଢ଼େଇରେ ଦେଖିବାକୁ ମିଳିଥିଲା । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ । ୨୦୧୯ ଜୁଲାଇ ୧୦ ତାରିଖରେ ଖେଳାଯାଇଥିଲା । ୫୦ ରନ୍ ସଂଗ୍ରହ କରିଥିଲେ ଧୋନି । କିନ୍ତୁ ଦଳକୁ ବିଜୟୀ କରାଇ ପାରି ନଥିଲେ । ରନ୍ ଆଉଟ୍ ହୋଇଥିଲେ । ଧୋନିଙ୍କ ଆଉଟ ସହ ମଉଳିଥିଲା ଭାରତର ବିଶ୍ୱକପ୍ ଆଶା ।

Leave A Reply

Your email address will not be published.