Latest Odisha News

BREAKING NEWS

୪ ବଲରେ ୪ ଉଇକେଟ ନେଇ ବିଶ୍ୱରେକର୍ଡ କଲେ ଅନୁରାଧା

ନୂଆଦିଲ୍ଲୀ: ଜର୍ମାନୀ ପକ୍ଷରୁ ଖେଳୁଥିବା ଭାରତର ମହିଳା କ୍ରିକେଟ ଖେଳାଳି ୪ ବଲରେ ୪ ଉଇକେଟ ନେଇ ବିଶ୍ୱରେକର୍ଡ କରିଛନ୍ତି । ଅଷ୍ଟ୍ରିଆ ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚରେ ଜର୍ମାନୀ ଅଧିନାୟକ ଅନୁରାଧା ଡୋଡାବଲ୍ଲାପୁର ଏହି ସଫଳତା ହାସଲ କରିଛନ୍ତି । କରୋନା ଭାଇରସ ପ୍ରଭାବ କିଛି ମାତ୍ରାରେ ହ୍ରାସ ହେବା ପରେ ଚଳିତ ସପ୍ତାହରେ ମହିଳା କ୍ରିକେଟ ଆରମ୍ଭ ହୋଇଛି ।

ଅଷ୍ଟ୍ରିଆ ଓ ଜର୍ମାନୀ ମଧ୍ୟରେ ୫ ଟି୨୦ ମ୍ୟାଚ ଖେଳାଯିବ । ୪ର୍ଥ ମୁକାବିଲାରେ ପେସ ବୋଲର ଅନୁରାଧା ୧ ରନରେ ୫ଟି ଉଇକେଟ ହାସଲ କରିଥିଲେ । ସେ ଏକମାତ୍ର ମହିଳା କ୍ରିକେଟର ଭାବେ ଏ ଭଳି କୀର୍ତିମାନ ସ୍ଥାପନ କରିଛନ୍ତି । ତାଙ୍କ ପୂର୍ବରୁ ପୁରୁଷ କ୍ରିକେଟରେ ଲାସିଥ ମାଲିଙ୍ଗା ଓ ରଶିଦ ଖାଁ ଏହି ସଫଳତା ହାସଲ କରିଥିଲେ ।

Leave A Reply

Your email address will not be published.