Latest Odisha News

BREAKING NEWS

କୋଟିପତି ହେଲେ ମହେଶ ବାବୁଙ୍କ ଝିଅ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ମହେଶ ବାବୁଙ୍କ ଝିଅ ସୀତାରା ଆଜିକାଲି ଖୁବ୍ ଚର୍ଚ୍ଚାରେ । ୧୧ ବର୍ଷିୟା ସିତାରା କୌଣସି ଷ୍ଟାରଠାରୁ କମ୍ ନୁହଁନ୍ତି । ଖୁବ୍ ଛୋଟ ବେଳୁ ସେ ସୋସିଆଲ ମିଡ଼ିଆରେ ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି । ଇନ୍‌ଷ୍ଟାଗ୍ରାମରେ ତାଙ୍କର ୧.୩ ମିଲିୟନରୁ ଅଧିକ ଫଲୋଅର୍ସ ଅଛନ୍ତି । ଏବେ ସୀତାରା ଏକ ପ୍ରସିଦ୍ଧ ଅଳଙ୍କାର ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସାଡର ହୋଇଛନ୍ତି । ତାଙ୍କର ଏକ ବିଜ୍ଞାପନ ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହୋଇଛି ।

ମହେଶ ବାବୁ ଏବଂ ନମ୍ରତା ଶିରୋଦକର ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ଫଟୋ ଶେୟାର କରି ସୀତାରାଙ୍କ ପାଇଁ ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ନୋଟ ମଧ୍ୟ ଲେଖିଥିଲେ । ଟାଇମ୍ସ ସ୍କୋୟାରରେ ଦେଖାଯାଇଥିବା ବିଜ୍ଞାପନ ପାଇଁ ସୀତାର ପ୍ରଚୁର ପରିମାଣର ଚାର୍ଜ କରିଛନ୍ତି । ଏହି ବିଜ୍ଞାପନ ପାଇଁ ସେ ଏକ କୋଟି ଟଙ୍କା ନେଇଛନ୍ତି । ଏଥିଲାଗି ତାଙ୍କୁ ବହୁତ ଭଲ ପାଇବା ଏବଂ ପ୍ରଶଂସା ମିଳିଛି ।

ସୋସିଆଲ ମିଡିଆରେ ସୀତାରା ମଧ୍ୟ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡ୍ସଙ୍କ ମଧ୍ୟରୁ ଅନ୍ୟତମ । ସେ ନିୟମିତ ଭାବରେ ଡ୍ୟାନ୍ସ ରିଲ ଏବଂ ଫଟୋ ଶେୟାର କରନ୍ତି । ସିତାରା ଭଲ ମଡେଲିଂ ମଧ୍ୟ କରନ୍ତି ।

Comments are closed.