Latest Odisha News

BREAKING NEWS

ସିଧା ଲାଠି ଆକୃତିର ଚକାରେ ଗଢୁଛି ସାଇକେଲ

ନ୍ୟୁୟର୍କ: ସେ କାର ହେଉ କିମ୍ବା ବାଇକ୍‌, ବସ କିମ୍ବା ଟ୍ରକ୍‌, ଏରୋପ୍ଲେନ ବା ଟ୍ରେନ ପ୍ରତ୍ୟେକ ଯାନର ଚକା ଗୋଲାକାର ହୋଇଥାଏ । ଏହା ଉପରେ ଭାରୀ ଓଜନ ନେଇ ଯାଆସ କରିହୁଏ । କିନ୍ତୁ ଆପଣ କେବେ ଚକ ବିନା ସାଇକେଲ ଦେଖିଛନ୍ତି କି? ଆଜିକାଲି ଇଞ୍ଜିନିୟରମାନେ ଅନନ୍ୟ ଚିନ୍ତାଧାରା ଆଣୁଛନ୍ତି, ଯାହା ସାହାଯ୍ୟରେ ବିଜ୍ଞାନର ଅଗ୍ରଗତି ବଢୁଛି । ଏବେ ଏପରି ଏକ ସାଇକେଲ ଦେଖିବାକୁ ମିଳିଛି, ଯାହାର ଚକା ଅଛି କିନ୍ତୁ ଗୋଲାକାର ଆକୃତିର ନୁହେଁ । ଏହି ଅଦ୍ଭୁତ ସାଇକଲେର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ନ୍ୟୁୟର୍କରେ ରୁହନ୍ତି ସେର୍ଗି ଗୋର୍ଡିଏଭ୍ । ସେ ଜଣେ ଇଞ୍ଜିନିୟର । ନିକଟରେ ସେ ଏକ ସାଇକେଲ ଡ଼ିଜାଇନ୍ କରିଛନ୍ତି, ଯାହା ସାଧାରଣ ସାଇକେଲଠାରୁ ପୁରା ଅଲଗା । ସାଧାରଣତଃ ଗୋଟେ ସାଇକେଲରେ ଦୁଇଟି ଚକା ରହିଥାଏ । ହେଲେ ସେର୍ଗି ତିଆରି କରିଥିବା ସାଇକେଲରେ ଗୋଲାକାର ଚକା ପରିବର୍ତ୍ତେ ସିଧା ଲାଠି ଆକୃତିର ଚକା ତାଙ୍କ ସାଇକେଲରେ ଲାଗିଛି । ସେ ଏହି ସାଇକେଲକୁ ଭଲ ଭାବେ ଚଲାଇ ପାରୁଛନ୍ତି । ଏହାର ଭିଡିଓ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ସେ ସେୟାର କରିଛନ୍ତି ।

ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ କହିଛନ୍ତି ଯେ, ଏହା ହେଉଛି ସବୁଠାରୁ ଅଦରକାରୀ ଜିନିଷ, ଯାହା ସମୟ ନଷ୍ଟ କରି ତିଆରି ହୋଇଛି । ଆଉ କିଛି କହିଛନ୍ତି ସାଇକେଲଟି ଏତେ ଧୀରେ ଚାଲିବ ଯେ ବୋଧହୁଏ ଜଣେ ଦ୍ରୁତ ଗତିରେ ଚାଲିଲେ ତାକୁ ସହଜରେ ଅତିକ୍ରମ କରିପାରିବ ।

Leave A Reply

Your email address will not be published.