Latest Odisha News

BREAKING NEWS

ଯୌନ ନିର୍ଯ୍ୟାତନା ମାମଲାରେ ମହେଶ ଭଟ୍ଟଙ୍କ ସହିତ ଆଉ ୪ ଜଣଙ୍କୁ ନୋଟିସ୍

ନୂଆଦିଲ୍ଲୀ: ଯୌନ ନିର୍ଯ୍ୟାତନା ମାମଲାରେ ରାଷ୍ଟ୍ରୀୟ ମହିଳା କମିଶନ୍ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ସହିତ ଆଉ ୪ ଜଣଙ୍କୁ ନୋଟିସ୍ ଜାରି କରିଛନ୍ତି`। ଏହି ନୋଟିସରେ ମୌନି ରୟ, ଉର୍ବଶୀ ରୌତେଲା, ରଣବିଜୟ ସିଂ ଓ ପ୍ରିନ୍ସ ନରୁଲାଙ୍କ ନାଁ ରହିଛି । ଏମାନେ ଜଣେ ଯୁବତୀଙ୍କୁ ମଡେଲିଂ ଆଳରେ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଛି । ଏବେ ଏହି ମାମଲାରେ ମହେଶ ଭଟ୍ଟ ନିଜର ଜବାବ୍ ରଖିଛନ୍ତି । ମହେଶ ଭଟ୍ଟ ଓ ତାଙ୍କର ହୋମ ପ୍ରଡକ୍ଦନ ‘ଭିଶେଷ ଫିଲ୍ମସ୍’ ପକ୍ଷରୁ ଏକ ବୟାନ ଜାରି କରାଯାଇଛି ।

ଏଥିରେ କୁହାଯାଇଛି, ମହେଶ ଭଟ୍ଟଙ୍କର ଆଇଏମଜି ଭେଞ୍ଚର କମ୍ପାନୀ ସହିତ କୌଣସି ସମ୍ପର୍କ’ ନାହିଁ । ତାଙ୍କର ନାମ ବିନା ସହମତିରେ କମ୍ପାନୀର ବ୍ୟବହାର କରାଯାଇଛି । ଉଲ୍ଲେଖନୀୟ ଯେ, ମହେଶ ଭଟ୍ଟଙ୍କ ଉପରେ ଅଭିଯୋଗ ରହିଛି ଯେ, ସେ ଏକ ଘରୋଇ କମ୍ପାନୀର ପ୍ରଚାର କରୁଛନ୍ତି, ଯାହା ବିରୋଧରେ ମହିଳାଙ୍କୁ ଯୌନ ଉତ୍ପୀଡନ ମାମଲା ଚାଲୁଛି ।

Comments are closed.