Latest Odisha News

BREAKING NEWS

କ୍ୱିଂଟାଲ ପିଛା ୧୦ ଟଙ୍କା ବଢ଼ିଲା ଆଖୁର ଏଫ୍‌ଆର୍‌ପି

ନୂଆଦିଲ୍ଲୀ: ଆଖୁର ବଢ଼ିଲା ଏଫ୍‌ଆର୍‌ପି । କ୍ୱିଂଟାଲ ପିଛା ଫେୟାର ଏଣ୍ଡ ରିମୁନେରେଟିଭ ପ୍ରାଇସ ୧୦ ଟଙ୍କା ବଢ଼ାଇଲେ କେନ୍ଦ୍ର ସରକାର । ଅର୍ଥାତ ଚିନି ମିଲମାନେ ଯେଉଁ ସର୍ବନିମ୍ନ ମୂଲ୍ୟ ଦେଇ ଆଖୁଚାଷୀଙ୍କଠାରୁ ଆଖୁ କିଣିଥାନ୍ତି, ତାହାକୁ କ୍ୱିଣ୍ଟାଲ ପିଛା ୧୦ ଟଙ୍କା ବୃଦ୍ଧି କରି ୨୮୫ ଟଙ୍କା ଧାର୍ଯ୍ୟ କରିଛନ୍ତି କେନ୍ଦ୍ର ସରକାର ।

ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ଏହି ପ୍ରସ୍ତାବକୁ ମଂଜୁର ମିଳିଛି । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଆଖୁଚାଷୀମାନେ ଉପକୃତ ହେବେ ।

ପୂର୍ବରୁ କେନ୍ଦ୍ର ଖାଦ୍ୟ ମନ୍ତ୍ରାଳୟ ପକ୍ଷରୁ ଆଖୁର ଏଫଆରପି କ୍ୱିଣ୍ଟାଲ ପିଛା ୨୭୫ ଟଙ୍କାରୁ ୨୮୫ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ସେହିପରି କୃଷି ମୂଲ୍ୟ ଓ ଦରଦାମ ଆୟୋଗ ପକ୍ଷରୁ ମଧ୍ୟ ସମାନ ସୁପାରିଶ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଆଖୁ (ନିୟନ୍ତ୍ରଣ) ନିର୍ଦ୍ଦେଶ ୧୯୬୬ ଅନୁସାରେ ଚିନିମିଲ ମାନେ ଏଫଆରପି ମୂଲ୍ୟରୁ କମ ମୂଲ୍ୟରେ ଆଖୁ କିଣିପାରିବେ ନାହିଁ।

Leave A Reply

Your email address will not be published.