Latest Odisha News

BREAKING NEWS

ତୃତୀୟ ସନ୍ତାନ ଜନ୍ମ ହେଲେ ଏହି ସମାଜ ଦେବ ୫୧ ହଜାର ଟଙ୍କା

ଜୟପୁର: ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଶିକ୍ଷିତ ସମାଜ କମରୁ କମ ସନ୍ତାନ ଚାହୁଁଛନ୍ତି । ତେବେ ରାଜସ୍ଥାନର ମାହେଶ୍ୱରୀ ସମାଜ ଏକ ଅଦ୍ଭୁତପୂର୍ବ ଘୋଷଣା କରିଛି । କିଶନଗଡରେ ଆୟୋଜିତ ସମ୍ମିଳନୀରେ ଘୋଷଣା କରାଯାଇଛି ଯେ, ମାହେଶ୍ୱରୀ ସମାଜର ମହିଳା ତୃତୀୟ ସନ୍ତାନର ଜନନୀ ହେଲେ ୫୧ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । କାର୍ଯ୍ୟକାରୀ ସଦସ୍ୟ ରମେଶ ମାହେଶ୍ୱରୀଙ୍କ କହିବା ଅନୁସାରେ ମାହେଶ୍ୱରୀ ଜନସଂଖ୍ୟା ୧୫ରୁ ୧୬ ଲକ୍ଷ ରହୁଥିଲା । ଏବେ ଏହା ଖସି ୮ ଲକ୍ଷରେ ପଂହଚିଛି । ସମାଜକୁ ବଂଚାଇ ରଖିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି ।

ପୂର୍ବରୁ ଆମେ ଗୋଟିଏ ସନ୍ତାନରେ ସୀମିତ ରହୁଥିଲେ । ଏହା ପରେ ବାଧ୍ୟ ହୋଇ ୨ଟି ସନ୍ତାନ ପ୍ରତି ଆଗ୍ରହୀ ହୋଇଥିଲୁ ବୋଲି ସେ କହିଛନ୍ତି । ମାହେଶ୍ୱରୀ ସମାଜର ଏହି ଘୋଷଣା ମିଶ୍ରିତ ପ୍ରତିକ୍ରିୟା ସୃଷ୍ଟି କରିଛି । ଯଦି ସମସ୍ତେ ଏ ଭଳି ଚିନ୍ତା କରିବେ ତେବେ ଜନସଂଖ୍ୟା ବୃଦ୍ଧି ପାଇବ । ଯାହାକି ଏକ ଚିନ୍ତାର କାରଣ ହେବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି ।

Comments are closed.