Latest Odisha News

BREAKING NEWS

Mahindra BE 6 Batman Editionର ନୂଆ ରେକର୍ଡ; ୧୩୫ ସେକେଣ୍ଡରେ ୯୯୯ ୟୁନିଟ୍ ବିକ୍ରି

ନୂଆଦିଲ୍ଲୀ:ଭାରତୀୟ ଅଟୋମୋବାଇଲ୍ ଶିଳ୍ପରେ ଏକ ନୂତନ ରେକର୍ଡ ସୃଷ୍ଟି ହୋଇଛି। ମହିନ୍ଦ୍ରା କିଛି ଦିନ ତଳେ ନିଜର ସ୍ୱତନ୍ତ୍ର BE 6 ବ୍ୟାଟମ୍ୟାନ୍ ଏଡିସନ୍ (BE 6 Batman Edition )ଇଲେକ୍ଟ୍ରିକ୍ SUV ଲଞ୍ଚ କରିଛି, ଯାହା ଦି ଡାର୍ଟ ନାଇଟ୍ ଟ୍ରିଲୋଜି (The Dark Knight Trilogy) ଦ୍ୱାରା ଅନୁପ୍ରାଣିତ। SUV BE 6 Batman ସଂସ୍କରଣ ୧୪ ଅଗଷ୍ଟ ୨୦୨୫ ରେ ଲଞ୍ଚ କରିଥିଲା ​ ।

ଲୋକମାନେ ଏହି କାରଟିକୁ ଏତେ ପସନ୍ଦ କରିଥିଲେ ଯେ ଏହା ମାତ୍ର ୧୩୫ ସେକେଣ୍ଡରେ ସମ୍ପୂର୍ଣ୍ଣ ବିକ୍ରି ହୋଇଗଲା। ପ୍ରାରମ୍ଭରେ, କମ୍ପାନୀ କେବଳ ୩୦୦ ୟୁନିଟ୍ ଲଞ୍ଚ କରିଥିଲା, କିନ୍ତୁ ଅଧିକ ଚାହିଦା ଦେଖି ଏହାକୁ ୯୯୯ ୟୁନିଟ୍ କୁ ବୃଦ୍ଧି କରାଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ବର୍ଦ୍ଧିତ ୟୁନିଟ୍ ମଧ୍ୟ ମାତ୍ର କିଛି ମିନିଟରେ ସମ୍ପୂର୍ଣ୍ଣ ବୁକ୍ ହୋଇଗଲା।

ଅଗଷ୍ଟ ୨୩ ତାରିଖ ସକାଳ ୧୧:୦୦ ଟାରୁ ଆରମ୍ଭ ହୋଇଥିଲା ସେଲ୍ , ମାତ୍ର ୧୩୫ ସେକେଣ୍ଡ ମଧ୍ୟରେ ସମସ୍ତ ୟୁନିଟ୍ ବୁକ୍ ହୋଇଯାଇଥିଲା। ଏହାର ପ୍ରାରମ୍ଭିକ ମୂଲ୍ୟ ₹୨୭.୭୯ ଲକ୍ଷ (ଏକ୍ସ-ଶୋରୁମ୍)ରହିଛି । ବିତରଣ ସେପ୍ଟେମ୍ବର ୨୦, ଅନ୍ତର୍ଜାତୀୟ ବ୍ୟାଟମ୍ୟାନ ଦିବସରେ ଆରମ୍ଭ ହେବ।

ଏହି ସ୍ୱତନ୍ତ୍ର ସଂସ୍କରଣ ମହିନ୍ଦ୍ରା କମ୍ପାନୀ ଏବଂ ୱାର୍ନର ବ୍ରଦର୍ସ ଡିସ୍କଭରି ଗ୍ଲୋବାଲ୍ କଞ୍ଜ୍ୟୁମର ପ୍ରଡକ୍ଟସ୍ (Warner Bros. Discovery Global Consumer Products (- WBDGCP) ମଧ୍ୟରେ ପ୍ରଥମ କୋଲାବୋରେସନ ଏକ ଅଂଶ। ଏହାର ଡିଜାଇନ୍ ଏବଂ ଫିଚରଗୁଡ଼ିକୁ ସ୍ୱତନ୍ତ୍ର ଭାବରେ ବ୍ୟାଟମ୍ୟାନ୍ ଥିମ୍ ଅନୁସାରେ ଡିଜାଇନ୍ କରାଯାଇଛି। କାରର ଲୁକ୍ ବୋଲ୍ଡ ଏବଂ ଫ୍ୟୁଚରିଷ୍ଟିକ ଅଟେ,ଯାହା କଳା ଏବଂ ଗ୍ରେ ରଙ୍ଗ ସହ ଆସିଛି ।

ଅଧିକ ସାନଦାର ଲୁକ୍ ପାଇଁ, ଏଥିରେ ନୂତନ R20 ଆଲଏ ଚକ ଦିଆଯାଇଛି । ଇଞ୍ଜିନ୍ ବିଷୟରେ କହିବାକୁ ଗଲେ, BE 6 Batman ଭାରିଆଣ୍ଟ ମଡେଲ୍ 79 kWh ବ୍ୟାଟେରୀ ପ୍ୟାକ୍ ସହିତ ପ୍ୟାକ୍ ଥ୍ରୀ ଭାରିଆଣ୍ଟ ଉପରେ ଆଧାରିତ। ଏହା ସହିତ, ଏହି ଇଲେକ୍ଟ୍ରିକ୍ SUV ଥରେ ଚାର୍ଜ କଲେ 682 କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ଦେଇଥାଏ।
59 kWh ଭାରିଆଣ୍ଟ 230 bhp ଏବଂ 79 kWh ଭର୍ସନ 285 bhp ଜେନେରେଟ କରେ ଏବଂ ଉଭୟର ସମାନ ଟର୍କ 380 Nm ରହିଛି। BE6 175 kW ପର୍ଯ୍ୟନ୍ତ DC ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ, ଯାହା ମାତ୍ର ୨୦ ମିନିଟରେ ୨୦ ରୁ ୮୦ ପ୍ରତିଶତ ବ୍ୟାଟେରୀ ଚାର୍ଜ କରେ। ଏଥିରେ ଏକ ଷ୍ଟିଅରିଂ ହ୍ବିଲ, ଇନ୍-ଟଚ୍ କଣ୍ଟ୍ରୋଲର୍ ଏବଂ ଇଲେକ୍ଟ୍ରୋନିକ୍ ପାର୍କିଂ ବ୍ରେକ୍ ମଧ୍ୟ ଅଛି ।

 

Comments are closed.