ନୂଆଦିଲ୍ଲୀ: କ୍ରିକେଟର ମହମ୍ମଦ ସିରାଜ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି । କିଛି ଦିନ ତଳେ ଆଶା ଭୋସଲେଙ୍କ ନାତୁଣୀ ଜନାଈଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ରହିଥିବା ଖବର ପ୍ରକାଶ ପାଇଥିଲା । ତେବେ ସିରାଜ ନିଜେ ଏ ସମ୍ପର୍କରେ ମୁହଁ ଖୋଲିବା ସହ ଜନାଈଙ୍କୁ ତାଙ୍କ ଭଉଣୀ ବୋଲି କହିଥିଲେ । ଏହା ପରେ ଏହି ଚର୍ଚ୍ଚାର ବିରାମ ଘଟିଥିଲା । ସିରାଜ କହିଥିଲେ କିଏ ବି ମୋ ଭଉଣୀ ପରି ହୋଇପାରିବେ ନାହିଁ । ମୁଁ ମୋ ଭଉଣୀ ବିନା ରହିପାରିବି ନାହିଁ । ସେ ମୋ ପାଇଁ ଚନ୍ଦ୍ର, ତାରାଠାରୁ କମ ନୁହେଁ । ଜନାଈ ମଧ୍ୟ ମୋ ପ୍ରିୟ ଭାଇ ବୋଲି ଲେଖିଥିଲେ ।
ବୁଧବାର ଟାଇମ୍ସ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ସିରାଜ ଓ ମାହିରା ପରସ୍ପରକୁ ଡେଟ କରୁଛନ୍ତି । ବିଗ ବସର ଏହି ପ୍ରତିଯୋଗୀଙ୍କ ନାମ ତାଙ୍କ ସାଥୀ ପାରସ ଛାବଡାଙ୍କ ସହତି ପୂର୍ବରୁ ଯୋଡାଯାଉଥିଲା । ଅବଶ୍ୟ ମାହିରା କିମ୍ବା ପାରସ ସେମାନଙ୍କ ରିଲେଶନ ସମ୍ପର୍କରେ କିଛି ବୟାନ ଦେଇ ନାହାନ୍ତି । ରିପୋର୍ଟ ଅନୁସାରେ ଉଭୟ ପରସ୍ପରକୁ ଡେଟ କରୁଥିଲେ ମଧ୍ୟ ଏବେ ଦୁଇଜଣଙ୍କ ବ୍ରେକଅପ ହୋଇଯାଇଛି । ସିରାଜ ଓ ମାହିରା ଗତ ବର୍ଷ ନଭେମ୍ବରରୁ ପରସ୍ପରର ଭଲ ବନ୍ଧୁ ସାଜିଥିଲେ ।
Comments are closed.