ନୂଆଦିଲ୍ଲୀ: ଆଗାମୀ ଦିନରେ ଚାକିରିକୁ ନେଇ ବଡ ପରିବର୍ତ୍ତନ ହୋଇପାରେ। କିଛି ବର୍ଷ ମଧ୍ୟରେ ପ୍ରାୟ ଶେଷ ହେବ ୯ କୋଟିରୁ ଅଧିକ ପଦବୀ। ଭବିଷ୍ୟତକୁ ସୁରକ୍ଷିତ କରିବାର ମାଧ୍ୟମ ହେବ ନୂଆ ଟେକ୍ନୋଲୋଜୀ । ୱାର୍ଲ୍ଡ ଇକୋନୋମିକ ଫୋରମର ଫ୍ୟୁଚର ଅଫ ଜବ ରିପୋର୍ଟ -୨୦୨୫ ରେ ୯ କୋଟି ଚାକିରିର ସଙ୍କଟ ଦେଖାଯିବା ନେଇ ଅନୁମାନ କରାଯାଇଛି। ଅନ୍ୟପଟେ ୧୭ କୋଟି ନୂଆ ଚାକିରି ସୃଷ୍ଟି ହେବାନେଇ ଏହି ରିପୋର୍ଟରୁ ସୂଚନା ମିଳିଛି । ତେବେ ଏହି ଚାକିରି ପାଇବାକୁ ହେଲେ କିଛି ମୁଖ୍ୟ ସ୍କିଲ ଶିଖିବାକୁ ପଡିବ। ଆସନ୍ତୁ ଜାଣିବା ଏହିପରି ୧୦ଟି ସ୍କିଲ ସମ୍ପର୍କରେ, ଯାହା ଆପଣଙ୍କୁ ଭବିଷ୍ୟତରେ ଭଲ ଚାକିରିର ସୁଯୋଗ ଦେଇପାରିବ।
ଡବ୍ଲ୍ୟୁଇଏଫ ରିପୋର୍ଟ ଅନୁସାରେ, ଆସନ୍ତା ୫ ବର୍ଷରେ ଚାକିରି କ୍ଷେତ୍ରରେ ବଡ ପରିବର୍ତ୍ତନ ଦେଖାଦେବ। ଏହି କାରଣରୁ ଟେକ୍ନୋଲୋଜୀ ଡେଭଲପମେଂଟ ଓ ଡିଜିଟାଲ ଟ୍ରାନ୍ସଫରମେସନର ଚାହିଦା ବୃଦ୍ଧି ପାଇବ। ପୁରୁଣା ସ୍କିଲଗୁଡିକର ଆବଶ୍ୟକତା ଧୀରେ ଧୀରେ କମ ହେବ। ତେଣୁ ନୂଆ ସ୍କିଲ ଶିଖିବା ବାଧ୍ୟତାମୂଳକ ହେବ।
ନିଯୁକ୍ତିଦାତାଙ୍କ ମତ ଅନୁଯାୟୀ, ୨୦୩୦ ସୁଦ୍ଧା ଚାକିରି କ୍ଷେତ୍ରରେ ୩୯ ପ୍ରତିଶତ ମୁଖ୍ୟ ସ୍କିଲଗୁଡିକ ପରିବର୍ତ୍ତନ ହେବ। ତେବେ ଆଗାମୀ ଦିନରେ ଆନାଲିଟିକାଲ୍ ଥିଂକିଂ, କ୍ରିଏଟିଭ ଥିଂକିଂ, ମୋଟିଭେସନ ଆଣ୍ଡ ସେଲଫ ଆୱାରନେସ, ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ ଭଳି ସ୍କିଲ କ୍ଷେତ୍ରରେ ଅନେକ ଚାକିରି ସୃଷ୍ଟି ହେବାର ଅନେକ ସମ୍ଭାବନା ରହିଛି।
ବ୍ୟୁରୋ ରିପୋର୍ଟ ଓଡ଼ିଶା ସମ୍ବାଦ
Comments are closed.