Latest Odisha News

ସିରାଜଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ମାହିରା ଶର୍ମା

ମୁମ୍ବାଇ: ଭାରତୀୟ କ୍ରିକେଟର ତଥା ପେସ ବୋଲର ମହମ୍ମଦ ସିରାଜ ଏବଂ ମାହିରା ଶର୍ମା ପରସ୍ପରକୁ ଭଲ ପାଉଥିବା ଖବର ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର କାରଣ ସାଜିଛି । ଇତି ମଧ୍ୟରେ ମାହିରା ଏହି ସମ୍ପର୍କରେ ମୁହଁ ଖୋଲିଛନ୍ତି । ପୂର୍ବରୁ ତାଙ୍କ ମାଆ ଏହି ଖବରକୁ ଖଣ୍ଡନ କରିଥିଲେ । ମାହିରା କହିଛନ୍ତି ଯେ, ମୋର ଏବେ କାହା ସହିତ ଏ ଭଳି ସମ୍ପର୍କ ନାହିଁ । ଅଯଥା ଗୁଜବ ସୃଷ୍ଟି କରନ୍ତୁ ନାହିଁ । ୨୦୨୩ରୁ ମାହିରା ଏବଂ ସିରାଜଙ୍କ ସମ୍ପର୍କକୁ ନେଇ ଆଲୋଚନା ଜୋର ଧରିଥିଲେ । ୨୦୨୪ରେ ସିରାଜ ତାଙ୍କ ସୋସିଆଲ ମିଡିଆ ଆକାଂଉଟରେ ମାହିରାଙ୍କ ଏକ ପୋଷ୍ଟକୁ ଲାଇକ କରିବା ପରେ ଏହି ଗୁଜବ ଜୋର ଧରିଥିଲା ।

ସିରାଜ ଏ ସମ୍ପର୍କରେ କୌଣସି ବୟାନ ଦେଇ ନାହାନ୍ତି । ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ ସିରାଜ ଏହି ସମ୍ପର୍କକୁ ଗୋପନ ରଖିବାକୁ ଚାହୁଁଛନ୍ତି । ମାହିରା ଏହା ପୂର୍ବରୁ ବିଜ ବସ ଫେମ ପାରସ ଛାବଡାଙ୍କ ସହ ବେଶ କିଛି ଦିନ ରିଲେଶନରେ ଥିଲେ । ଏବେ ଉଭୟଙ୍କ ବ୍ରେକଅପ ହୋଇଯାଇଛି । ସିରାଜ ଓ ମାହିରାଙ୍କ ପ୍ରକୃତ ସମ୍ପର୍କରେ ଜାଣିବା ପାଇଁ ଆମକୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ ।

Comments are closed.