ଗାନ୍ଧିନଗର: କୋଳରେ ବସାଇ ସିଂହ ଛୁଆଙ୍କୁ କ୍ଷୀର ପିଆଉଛନ୍ତି ମୋଦି । ବଡ ବଡ ବାଘ ସିଂହ ଏବଂ ଓରାଙ୍ଗଓଟାଙ୍ଗ ସହ ଖେଳୁଛନ୍ତି । ବନତାରାରେ ଥିବା ପଶୁଙ୍କ ସହ ପ୍ରଧାମନ୍ତ୍ରୀଙ୍କ ମୋଦିଙ୍କ ଏଭଳି କିଛି ଅନାବିଳ ମୂହୂର୍ତ୍ତ ଏବେ ସୋସିଆଲ ମିଡିଆର ଦୃଷ୍ଟି ଆକର୍ଷଣ କରିଛି । ଆଜି ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟରେ, ଅନନ୍ତ ଅମ୍ବାନୀଙ୍କ ଦ୍ବାରା ନିର୍ମିତ ବନତାରା, ଯାହା ଏକ ବନ୍ୟପ୍ରାଣୀ ଉଦ୍ଧାର, ପୁନର୍ବାସ ଏବଂ ସଂରକ୍ଷଣ କେନ୍ଦ୍ରର ଉଦଘାଟନ କରିଛନ୍ତି । ଦୁଇ ହଜାରରୁ ଅଧିକ ପ୍ରଜାତି ଏବଂ ଦେଢ଼ ଲକ୍ଷରୁ ଅଧିକ ଉଦ୍ଧାର ହୋଇଥିବା ବିପଦପୂର୍ଣ୍ଣ ପ୍ରାଣୀମାନଙ୍କର ଆବାସସ୍ଥଳ ହେୁଛି ବନତାରା । ଯାହା ଅନନ୍ତ ଅମ୍ବାନୀଙ୍କ ଏକ ଡ୍ରିମ୍ ପ୍ରୋଜେକ୍ଟ । ତେବେ ଏହାର ଉଦଘାଟନ କରିବା ପରେ ଆଜି ସେଠାରେ କିଛି ସମୟ ବିତାଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।
ବନତାରାରେ ପ୍ରଧାନମନ୍ତ୍ରୀ ମୋଦି ଏସିଆଟିକ୍ ସିଂହ, ଧଳା ସିଂହ, ମେଘୁଆ ଚିତାବାଘ, କାରକାଲ ଏବଂ ଅନ୍ୟାନ୍ୟ ପ୍ରଜାତିର ପ୍ରାଣୀଙ୍କ ଛୁଆଙ୍କ ସହିତ ଖେଳୁଥିବାର ନଜର ଆସିଛନ୍ତି । ଏଥିସହିତ ସେଠି ଜନ୍ମ ହୋଇଥିବା ସିଂହ ଛୁଆମାନଙ୍କୁ କୋଳରେ ବସାଇ କ୍ଷୀର ପିଆଇଦେିଥିଲେ ମୋଦି । ଏଥିସହିତ ମୋଦି ବନତାରେ ଥିବା, ବନ୍ୟପ୍ରାଣୀ ହସ୍ପିଟାଲ ମଧ୍ୟ ପରିଦର୍ଶନ କରିବା ସହିତ ସେଠାରେ ବନ୍ୟ ପ୍ରାଣୀଙ୍କ ଚିକିତ୍ସା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଯେଉଁଠାରେ ପ୍ରାଣୀଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ରହିଥିବା ବେଳେ, ଏମଆରଆଇ, ସିଟି ସ୍କାନ୍, ଆଇସିୟୁର ମଧ୍ୟ ବ୍ୟବସ୍ଥା ରହିଛି । ଏହା ସହିତ, ଆନାସ୍ଥେସିଆ, ହୃଦରୋଗ, ନେଫ୍ରୋଲୋଜି, ଏଣ୍ଡୋସ୍କୋପି ଏବଂ ଦନ୍ତ ଚିକିତ୍ସା ସମେତ ପ୍ରାୟ ପ୍ରତ୍ୟେକ ବିଭାଗ ଏହି ଅବସ୍ଥିତ ଅଛି ।
ତେବେ ପ୍ରଧାନମନ୍ତ୍ରୀ ମୋଦି, ହସ୍ପିଟାଲର ଏମଆରଆଇ ରୁମ୍ ପରିଦର୍ଶନ କରିଥିବା ବେଳେ ସେଠାରେ ଏକ ଏସୀୟ ସିଂହର ଏମଆରଆଇ କରାଯାଉଥିଲା । ପରେ ସେ ଅପରେସନ ଥିଏଟରକୁ ଯାଇଥିଲେ । ଯେଉଁଠି ଏକ ଚିତାବାଘର ଅସ୍ତ୍ରୋପଚାର କରାଯାଉଥିଲା । ଖାଲି ଏତିକି ନୁହେଁ ମୋଦି ସେଠାରେ ଥିବା ଧୀରୁଭାଇ ଅମ୍ବାନୀ ଗବେଷଣା ଲ୍ୟାବ ମଧ୍ୟ ପରିଦର୍ଶନ କରିଥିଲେ । ସେଠି ଗଣ୍ଡା ଏବଂ ଜିରାଫକୁ ଫଳ ଖୁଆଇଥିଲେ ମୋଦି ।
Comments are closed.