Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଅବକାରୀ ବିଭାଗର ଚଢାଉ, ମହୁଲି ମଦ ଜବତ ସହ ୨ ଗିରଫ

ରାୟଗଡା:  ଅବକାରୀ ବିଭାଗର ଚଢାଉ। ୪ହଜାର ଲିଟରରୁ ଅଧିକ ମହୁଲ ପୋଚ ଜବତ ହୋଇଥିବା ବେଳେ ୩୧୫ଲିଟର ଦେଶୀ ମଦ ଜବତ ହୋଇଛି। ଘଟଣାରେ ସମ୍ପୃକ୍ତି ନେଇ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।

ଗୁଣପୁର ରେଞ୍ଜରେ ଚଢାଉ କରାଯାଇ ସେଠାରୁ ଏହି ସବୁ ମହୁଲି ମଦ ସହିତ ଦେଶୀ ମଦ ଜବତ ହୋଇଛି। କିଛି ଦିନ ହେଲା ସେହି ସ୍ଥାନରେ ବେଆଇନ୍ ଭାବେ ଲୁଚି ମଦ ତିଆରି କରାଯାଉଥିଲା। ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢାଉ ଜାରି ରହିଥିବା ବେଳେ ଏଠରେ ଦେଶୀ ମଦ ରନ୍ଧା ଯାଉଥିବା ଖବର ମିଳିଥିଲା। ଘଟଣାସ୍ଥଳରେ ଅତର୍କିତ ଭାବେ ଅବକାରୀ ବିଭାଗ ଚଢାଉ କରି ଏହି ମଦ ସବୁ ଜବତ କରିଛନ୍ତି।

ମଦ ରାନ୍ଧୁଥିବା ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତେବେ ଅନ୍ୟ କେଉଁ କେଉଁ ସବୁ ସ୍ଥାନରେ ଏହି ମଦ କାରବାର ଚାଲିଛି ସେ ନେଇ ପୁଲିସ ବିଭାଗ ପକ୍ଷରୁ ଅଧିକ ଖୋଳତାଡ ଜାରି ରହିଛି।

Leave A Reply

Your email address will not be published.