Latest Odisha News

BREAKING NEWS

ପୋଲିସ ଏନକାଂଉଟରରେ ଟଳିଲା କାସଗଂଜ ସିପାହୀଙ୍କୁ ମାରିଥିବା ହତ୍ୟାକାରୀ

କାସଗଂଜ: କାସଗଂଜରେ ପୋଲିସ ସିପାହୀଙ୍କୁ ପିଟି ପିଟି ମାରିଥିବା ମୁଖ୍ୟ ଅଭିଯୁକ୍ତ ମୋତି ସିଂ ରବିବାର ପୋଲିସ ଏନକାଂଉଟରରେ ଟଳି ପଡିଛି । ମୋତି ଉପରେ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ରଖା ଯାଇଥିଲା । ଏସଏଚଓ ଉପରେ ଆକ୍ରମଣ କରି ଛଡାଇ ନେଇଥିବା ପିସ୍ତଲକୁ ମଧ୍ୟ ପୋଲିସ ଜବତ କରିଛି ।

ଫେବୃୟାରୀ ୯ରେ ସିପାହୀ ଦେବେନ୍ଦ୍ର ସିଂ ଓ ଅଶୋକ ଏକ ନୋଟିସ ମାରିବା ପାଇଁ କାସଗଂଜର ନଗଲା ଧୀମର ଗ୍ରାମକୁ ଯାଇଥିଲେ । ମୋତି ସିଂ ଏହି ଦୁଇ ଜଣଙ୍କ ଉପରେ ବିନା କାରଣରେ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ଦେବେନ୍ଦ୍ରର ମୃତ୍ୟୁ ଘଟିଥିଲା । ଏହାର ଠିକ୍ ପରଦିନ ପୋଲିସ ମୋତିର ଭାଇକୁ ଏନକାଂଉଟର କରିଥିଲା । ସେବେଠାରୁ ମୋତି ଫେରାର ଥିଲା । ପୂର୍ବରୁ ପୋଲିସ ଅଭିଯୁକ୍ତର ମାଆ ସିୟାରାନୀ, ନବାବ ଏବଂ ଗୁଡୁକୁ ଗିରଫ କରିସାରିଛି ।

Leave A Reply

Your email address will not be published.