Latest Odisha News

BREAKING NEWS

ସୋସିଆଲ ମିଡିଆରେ ଭାଇରାଲ ହେଉଛି ‘ଶ୍ବେତା ମାଇକ ଅନ୍ ହେ’…

ନୂଆଦିଲ୍ଲୀ: କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ‘ଶ୍ବେତା ମାଇକ ଅନ୍ ହେ’ ଭଳି ହାସଟ୍ୟାଗ୍। ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଏହି ଶ୍ୱେତା କିଏ?

ଶ୍ୱେତା ହେଉଛି ସେହି ମହିଳା ଯିଏ ନିଜ ଘରୁ ଜୁମ୍ ମିଟିଂ ଆଟେଣ୍ଡ୍ କରିଥିଲେ। ହେଲେ ସେ ଅନ୍ୟ‌ ଏକ ଫୋନ୍ କଲରେ କଥା ହେବା ସମୟରେ ସ୍ପିକରକୁ ବନ୍ଦ କରିଥିବା ବେଳେ ତାଙ୍କ ମାଇକ ଅନ୍ ଥିଲା। ଯାହା ଫଳରେ ତାଙ୍କର ସମସ୍ତ ବ୍ୟକ୍ତିଗତ କଥାବାର୍ତ୍ତା ମିଟିଂରେ ଉପସ୍ଥିତ ଥିବା ୧୧୧ ଜଣ ଶୁଣିଥିଲେ।

ଜୁମ୍ ମିଟିଂରେ ୧୧୧ ଜଣଙ୍କ ସହ ଶ୍ୱେତା ଯୋଡ଼ି ହୋଇଥିଲେ। ଏହି ସମୟରେ ସେ ଜଣେ ବନ୍ଧୁଙ୍କ ସହ ତାଙ୍କ ସମ୍ପର୍କକୁ ନେଇ କଥାବାର୍ତ୍ତା ଆରମ୍ଭ କରିଥିଲେ। ଗୋଟିଏ ପଟେ ଶ୍ୱେତା ସାଙ୍ଗ ସହ ଗପୁଥିଲା ବେଳେ ଅନ୍ୟ ପଟେ ତାଙ୍କ ମାଇକ୍ ଖୋଲା ଥିବା ଯୋଗୁଁ ଅନ୍ତରଙ୍ଗ କଥାବାର୍ତ୍ତା ୧୧୧ ଲୋକଙ୍କ ପାଖରେ ପହଞ୍ଚିଥିଲା।

ପରେ ଶ୍ୱେତାଙ୍କ ବାର୍ତ୍ତାଳାପର ସେହି ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା। ଏମିତିକି #ShwetaZoomCall ହାସଟ୍ୟାଗ୍ ଟ୍ୱିଟରରେ ଟ୍ରେଣ୍ଡରେ କରିବାରେ ଲାଗିଛି।

କେବଳ ଏତିକି ନୁହେଁ ଏହି ଘଟଣାକୁ ନେଇ ମଜାଳିଆ ମିମ୍ ଗୁଡିକ ଶେୟାର ହେଉଛି।

 

Leave A Reply

Your email address will not be published.