Latest Odisha News

BREAKING NEWS

ମୁକ୍ତିର ଆନନ୍ଦରେ ବିଭୋର ବାଘ, ନଦୀକୁ ମାରିଲା ଲମ୍ବା ଡିଆଁ

ସୁନ୍ଦରବନ:ମୁକ୍ତି ବା ସ୍ୱାଧୀନତାକୁ କିଏ ବା ପସନ୍ଦ ନ କରେ । କଏଦରେ ରହିବାଠାରୁ ମୁକ୍ତ ବିହଙ୍ଗ ହେବା ସମସ୍ତେ ଚାହାନ୍ତି । ପଶ୍ଚିମବଙ୍ଗର ସୁନ୍ଦରବନରେ ଏ ଭଳି ଏକ ଆନନ୍ଦଦାୟକ ଦୃଶ୍ୟ ଦେଖିବାକୁ ମିଳିଛି । ବନ ବିଭାଗ ଟିମ ଏକ ଅସୁସ୍ଥ ବାଘକୁ ଉଦ୍ଧାର କରି ଚିକିତ୍ସା କରାଇଥିଲେ । କିଛି ଦିନ ରହିବା ପରେ ବାଘଟି ସୁସ୍ଥ ହୋଇ ଯାଇଥିଲା । ଯନ୍ତା ଭିତରେ ରହିବାକୁ ସେ ଜମାରୁ ପସନ୍ଦ କରୁ ନ ଥିଲା । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ବାଘକୁ ଏକ ସ୍ୱତନ୍ତ୍ର ବୋଟରେ ନଦୀକୁ ନିଆ ଯାଇଥିଲା । ସେଠାରେ ଯେତେବେଳେ ତାକୁ ମୁକ୍ତ କରାଗଲା…ତା ଆନ୍ଦନ ଦେଖିବା ଯୋଗ୍ୟ । ଏକ ଲମ୍ବା ଲମ୍ପରେ ବାଘଟି କିଛି ବାଟ ପହଁରି ଜଙ୍ଗଲ ମଧ୍ୟରେ ହଜି ଯାଇଥିଲା ।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ପଡିବା ପରେ ଖୁବ କମ ସମୟରେ ଭାଇରାଲ ହେବାରେ ଲାଗିଛି । ବାଘର ଏନର୍ଜି ଆଶ୍ଚର୍ଯ୍ୟଜନକ… ସେ ଅସୁସ୍ଥ ଥିବା ଅନୁଭବ କରି ହେଉନି ବୋଲି ଜଣେ ୟୁଜର୍ସ କହିଛନ୍ତି । ଏହା ପୂର୍ବରୁ ଏକ ଚିତାବାଘର ଡ୍ରୋନ ଫୁଟେଜ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ନିଜସ୍ୱ ଶୈଳୀରେ ନଦୀକୁ ପହଁରି ପାର କରୁଥିବା ଦେଖିବାକୁ ମିଳିଥିଲା । ପରିବେଶ ପ୍ରେମୀ ଓ ପ୍ରାଣୀବିଜ୍ଞାନୀ ମାନେ ଏହି ଭିଡିଓ ଦେଖି ସନ୍ତୋଷ ପ୍ରଦାନ କରିଛନ୍ତି । ପ୍ରକୃତି କୂଳକୁ କିଏ ବା ନ ଫେରିବାକୁ ଚାହେଁ ବୋଲି ଜଣେ ୟୁଜର୍ସ କହିଛନ୍ତି ।

Comments are closed.