ମୁମ୍ବାଇ: ବିମାନ ବନ୍ଦରରେ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ମୁମ୍ବାଇ ବିମାନବନ୍ଦରରେ ବିମାନକୁ ପୁସବ୍ୟାକ ଦେଉଥିବା ଗାଡ଼ିରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଯୋଗୁଁ ବିମାନ ବନ୍ଦରରେ ଆତଙ୍କ । ଘଟଣାସ୍ଥଳରେ ଦମକଳ ଗାଡ଼ି ପହଞ୍ଚି ନିଆାଁକୁ ଆୟତ୍ତ କରିଥିଲା ।
ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଥିଲା । ଏୟାର ଇଣ୍ଡିଆ ବିମାନ ଇଓ-୬୪୭କୁ ପଛରୁ ଧକ୍କାର ଦେଉଥିବା ଏୟାରକ୍ରାଫ୍ଟ ଟଗରେ ନିଆଁ ଲାଗିଯାଇଥିଲା। ଯେତେବେଳେ ଏହି ଦୁର୍ଘଟଣା ଘଟିଥିଲା ସେତେବେଳେ ସମସ୍ତ ଯାତ୍ରୀ ବିମାନ ଭିତରେ ମୋଟ ୮୫ ଯାତ୍ରୀ ଥିଲେ।
Major accident averted at Mumbai airport
ବିମାନ ବନ୍ଦରରେ ବଡ ଦୁର୍ଘଟଣା। ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବିମାନ। ମୁମ୍ବାଇ ବିମାନ ବନ୍ଦରରେ ବିମାନକୁ ପୁଶ୍ବ୍ୟାକ୍ ଦେଉଥିବା ଗାଡିରେ ହଠାତ୍ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । #NationalNews #MumbaiAirport #OSNews pic.twitter.com/F4Dr5m7bZY— Odisha Sambad (@Odisha_Sambad) January 10, 2022
ଏହି ଦୁର୍ଘଟଣା ବେଳର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଭିଡିଓରେ ହୁ ହୁ ହୋଇ ଜଳୁଥିବା ଗାଡିକୁ ଦମକଳ ବାହିନୀ ପାଣି ପକାଇ ଲିଭାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ ବିମାନର କୌଣସି କ୍ଷତି ହୋଇନାହିଁ।
ନ୍ୟୁଜ ଏଜେନ୍ସି ଏଏନ୍ଆଇ ରିପୋର୍ଟ ଅନୁସାରେ, ମୁମ୍ବାଇରୁ ଜାମନଗର ବିମାନରେ ୮୫ ଯାତ୍ରୀ ଥିଲେ। ସେତେବେଳେ ହଠାତ୍ ପୁଶ୍ବ୍ୟାକ୍ ଗାଡିରେ ନିଆଁ ଲାଗିଯାଇଥିଲା। ତେବେ ଏହି ଘଟଣାରେ କୌଣସି ବି ଯାତ୍ରୀଙ୍କର କ୍ଷତି ହୋଇନାହିଁ। କିଛି ଘଣ୍ଟା ପରେ ବିମାନଟି ସୁରକ୍ଷିତ ଭାବେ ଉଡାଣ ଭରିଥିଲା ।
Comments are closed.