Latest Odisha News

IAS ସ୍ତରରେ ବଡ ଧରଣର ଅଦଳବଦଳ; ୧୭ ଜିଲ୍ଲାପାଳଙ୍କୁ ଏକାଥରକେ ବଦଳି

ଭୁବନେଶ୍ବର : IAS ସ୍ତରରେ ବଡ ଧରଣର ଅଦବଦଳ କଲେ ରାଜ୍ୟ ସରକାର । ୧୭ଜିଲ୍ଲାପାଳଙ୍କୁ ଏକାଥରେ ବଦଳି କରାଯାଇଛି । ପୁରୀ, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ବରଗଡ଼ , ବଲାଙ୍ଗିର, ରାୟଗଡା , ଅନଗୁଳ , ଯାଜପୁର , କୋରାପୁଟ , କେନ୍ଦ୍ରପଡା , ସମ୍ବଲପୁର , ମାଲକାନଗିରି, ବୌଦ୍ଧ , ସୋନପୁର, ନୟାଗଡ ଓ କଟକ ଜିଲ୍ଲାର ଜିଲାପାଳଙ୍କୁ ବଦଳି କରାଯାଇଛି।

ତେମ୍‌ଜେଙ୍ଗ ୱାପଙ୍ଗ ଆଓ ହେଲେ ପବ୍ଲିକ ଏଣ୍ଟରପ୍ରାଇଜେସ୍‌ ସଚିବ । ଉତ୍ତରାଞ୍ଚଳ ଆର୍‌ଡିସି ହେଲେ ଶ୍ରୀକାନ୍ତ ପୃଷ୍ଟି । ରଂଜନ ଦାସ ହେଲେ କେନ୍ଦ୍ରାଞ୍ଚଳ ଆର୍‌ଡିସି । ସେହିପରି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ହେଲେ ମୟୂରଭଂଜ ଜିଲ୍ଲାପାଳ । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ ଦାୟିତ୍ଵ ଦିଆଯାଇଛି । ବିଜୟ କୁମାର ଦାସ ହେଲେ ପୁରୀ ଜିଲ୍ଲାପାଳ ।

 

କେ. ସୁଦର୍ଶନ ଚକ୍ରବର୍ତ୍ତୀ ହେଲେ ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକ । ମୟୂରଭଞ୍ଜ ଜିଲ୍ଲାପାଳ ବୀନିତ ଭରଦ୍ୱାଜ ହେଲେ କଟକ ଜିଲ୍ଲାପାଳ । ନିଖିଲ ପବନ କଲ୍ୟାଣ ହେଲେ ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ ।ସେହିପରି ବିଜୟ କୁମାର ଦାସ ହେଲେ ପୁରୀ ଜିଲ୍ଲାପାଳ ।ମନୀଷା ବାନାର୍ଜୀ ହେଲେ ସାମାଜିକ କଲ୍ୟାଣ ନିର୍ଦ୍ଦେଶକ । ଚଞ୍ଚଳ ରାଣା ହେଲେ ଖୋର୍ଦ୍ଧା ଜିଲ୍ଲାପାଳ । ସ୍ୱଧା ଦେବ ସିଂ ହେଲେ ନୟାଗଡ଼ ଜିଲ୍ଲାପାଳ । ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ହେଲେ କଟକ ମହାନଗର କମିଶନର ।

Comments are closed.