Latest Odisha News

BREAKING NEWS

କାଲିଠୁ ବଦଳିବାକୁ ଯାଉଛି ୟୁପିଆଇ ନିୟମ: ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ…

ନୂଆଦିିଲ୍ଲୀ: ଆଉ ମାତ୍ରା କେଇଟା ଘଣ୍ଟା । ରାତି ପାହିଲେ ଆରମ୍ଭ ହେବ ନୂଆବର୍ଷ । ଆଉ ନୂଆ ବର୍ଷ ଆରମ୍ଭରୁ ବହୁ କିଛି ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିପାରେ । ଏଥିରେ ସବୁଠୁ ଅଧିକ ବଡ ପରିବର୍ତ୍ତନ ହେବାକୁ ଯାଉଛି ୟୁପିଆଇରେ । ଆଉ ବର୍ତ୍ତମାନ ୟୁପିଆଇ ବା ଅନଲାଇନ୍ ପେମେଣ୍ଟ ଆମ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବା ବେଳେ ଏହାର ନିୟମ ପରିବର୍ତ୍ତନ ଆମ ବ୍ୟବହାର ଉପରେ ବଡ ପ୍ରଭାବ ପକାଇପାରେ ।

ତେବେ ୟୁପିଆଇ ବ୍ୟବହାରକାରୀ ଏହା ଜାଣିବା ଦରକାର ଯେ,  ଅଣ-ବ୍ୟାଙ୍କିଙ୍ଗ ଫାଇନାନ୍ସିଆଲ କମ୍ପାନୀଗୁଡ଼ିକ ପାଇଁ ସଂଶୋଧିତ ସ୍ଥିର ଜମା ବା ଏଫଡି ନିୟମାବଳୀ, UPI 123Pay ପାଇଁ ବର୍ଦ୍ଧିତ କାରବାର ସୀମା ଏବଂ ବିଭିନ୍ନ ଟିକସ-ସମ୍ବନ୍ଧୀୟ ପରିବର୍ତ୍ତନ ଏବଂ ସମୟସୀମାରେ ବଡ ପରିବର୍ତ୍ତନ ହେବକୁ ଯାଉଛି ।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, UPI 123Pay ଟ୍ରାନଜାକ୍ସନ ଲିମିଟରେ ପରିବର୍ତ୍ତନ କରାଯିବ । ଯେଉଁଥିରେ ଲୋକମାନେ UPI 123Pay କୁ ବ୍ୟବହାର କରି ୫ ହଜାର ଜାଗାରେ ୧୦ ହଜାର ଟଙ୍କାର କାରବାର ଅତି ସହଜରେ କରିପାରିବେ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା UPI 123Pay ରେ ଆପଣମାନେ ବିନା ଇଣ୍ଟରନେଟ୍‌ରେ ବି ନେଣଦେଣ କରିପାରିବେ ।

ଅନଲାଇନ୍‌ରେ ଟଙ୍କା ନେଣଦେଣ କରିବା ବେଳେ ସାଧାରଣ ଲୋକ ନେଟଓ୍ବାର୍କ ଅସୁବିଧା ପାଇଁ ଅନେକ ସମସ୍ୟାର ସାମ୍ନା କରନ୍ତି । ତେଣୁ କେମିତି ସହଜରେ ଟଙ୍କା ନେଣଦେଣ ହେବ ସେନେଇ ରିଜର୍ଭ ବ୍ୟାଙ୍କ ଅନେକ ପ୍ରକାର ନୂଆ ବ୍ୟବସ୍ଥା ଆପଣାଉଛି । ଏଥିପାଇଁ UPI 123Pay ର ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ୟୁଜର୍ସଙ୍କୁ ୪ଟି ଅପଶନ ଦିଆଯିବ । ଯେଉଁଥିରେ ଆଇଭିଆର୍ ନମ୍ବର, ମିସ୍ କଲ୍ସ, ଓଇଏମ୍-ଏମବେଡେଡ୍ ଆପ୍ ଏବଂ ସାଉଣ୍ଡ ବେସ୍ଡ ଟେକ୍ନୋଲୋଜିର ବ୍ୟବହାର କରାଯାଏ । ତେବେ ଏହି ନୂଆ ନିୟମ ଜାନୁଆରୀ ୧ ତାରିଖରୁ ଲାଗୁ ହେବ । ତେବେ ଏଥିରେ କୁହାଯାଉଛି, ୟୁପିଆର ଜରିଆରେ ପେମେଣ୍ଟ କରିବାକୁ ଯାଉଥିଲେ ଓଟିପି ମଧ୍ୟ ମାଗିବ ।

Comments are closed.