Latest Odisha News

BREAKING NEWS

ଗ୍ୟାରେଜରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୪ ଟି ବସ୍

ଭଦ୍ରକ: ଭଦ୍ରକ ଜିଲ୍ଲା ଡାହାଣୀଗଡ଼ିଆ ଛକ ନିକଟ ହରିଶଙ୍କର ଗ୍ୟାରେଜରେ ଭୟାବହ ଅଗ୍ନିକାଣ୍ଡ। ହୁତୁ ହୁତୁ ହୋଇ ଜଳିଗଲା ୪ଟି ବସ୍ ଓ ଗୋଟିଏ ସ୍କୋର୍ପିଓ ଗାଡି । ଦୀର୍ଘ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛନ୍ତି ଅଗ୍ନିଶମ ବାହିନୀ

ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତିରେ ନିଆଁ ଜଳୁଥିବାର କିଛି ସ୍ଥାନୀୟ ଲୋକ ଦେଖିବା ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

ଖବରପାଇ ତୁରନ୍ତ ଅଗ୍ନିଶମ ବାହିନୀର ତିନିଟି ଗାଡି ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ୩ ଘଣ୍ଟାର ପରିଶ୍ରମ ପରେ ଏହି ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲେ ଅଗ୍ନିଶମ ବିଭାଗର କର୍ମଚାରୀ। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.