Latest Odisha News

BREAKING NEWS

ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ ଅଭୟାରଣ୍ୟ, ବିପଦରେ ଜୀବଜନ୍ତୁଙ୍କ ଜୀବନ

ମୟୂରଭଞ୍ଜ: ହୁତୁହୁତୁ ହୋଇ ଜଳୁଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ । ଗୋଟିଏ କି ଦୁଇଟି ନୁହେଁ ୧୩ଟି ସ୍ଥାନରେ ଲାଗିଛି ନିଆଁ । ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ଫାୟାର ସ୍କୋଡ୍, ଓ ବନ ବିଭାଗ କର୍ମଚାରୀ ଯୋରସୋରରେ ଲାଗିପଡିଛନ୍ତି । ହେଲେ କାବୁ କରିବାରେ ଅସଫଳ ରହିଛନ୍ତି ।

ତେବେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି କାରଣରୁ ଅଭୟାରଣ୍ୟରେ ଏହି ନିଆଁ ଲାଗିଥିବା କୁହଯାଉଛି । ଉତ୍ତର ଶିମିଳିପାଳର ୮ଟି ପଏଣ୍ଟ ଓ ଦକ୍ଷିଣ ଶିମିଳିପାଳର ୫ ଟି ପଏଣ୍ଟ ତେବେ ମୋଟ ୧୩ଟି ସ୍ଥାନରେ ନିଆଁ ଲାଗିଥିବା ସୂଚନା ରହିଛି ।

ତେବେ ଘଟଣାରେ ଜଣେ ବନ ବିଭାଗ ଅଧିକାରୀ କହିଛନ୍ତି ଯେ, ଅଭ୍ୟାରଣ୍ୟରେ କିପରି ନିଆଁ ଲାଗିଲା ତାହା ଜଣାପଡିନଥିବାବେଳେ, ତାହା ଉପରେ ଛାନଭିନ କରୁଛି ବନ ବିଭାଗ । ଜଙ୍ଗଲରେ ନିଆଁ ନଲଗାଇବା ପାଇଁ ବନ କର୍ମଚାରୀମାନେ ସ୍ଥାନୀୟ ଲୋକଙ୍କୁ ସଚେତନତା କରୁଛନ୍ତି । ନିୟମିତ ପାଟ୍ରୋଲିଂ କରାଯାଉଛି । ତଥାପି କିପରି ଏତେ ସ୍ଥାନରେ ନିଆଁ ଲାଗିଲା ତାହା ଖୁବ୍ ଶିଘ୍ର ତଦନ୍ତ ପରେ ଜଣା ପଡିବ ।

Leave A Reply

Your email address will not be published.