ସୋନପୁର: ଗ୍ୟାସ୍ ଲିକରୁ ଘରେ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ ଜଣେ ନାବାଳକ ଜୀବନ୍ତ ଦଗ୍ଧ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅନ୍ତର୍ଗତ ଶଙ୍କରା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଆଜି ଚା କରିବା ପାଇଁ ପରିବାର ଲୋକ ଗ୍ୟାସ୍ ଟାଙ୍କି ଲଗାଇବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା । ମୃତକ ହେଲେ ଶଙ୍କର ଗାଁର ଟିକେଲାଲ ଗୁଦୁରିଆଙ୍କ ୧୦ ବର୍ଷର ପୁଅ ବାବୁସାନ ଗୁଦୁରିଆ ।

ନିଆଁ ଲାଗିଥିବା ଦେଖି ଘର ଲୋକ ପଦାକୁ ବାହାରି ଆସିଥିଲେ । ତେବେ ପିଲାଟି ଶୋଇଥିବାରୁ ଆସି ନଥିଲା । ନିଆଁ ଲାଗି ଘର ସମ୍ପୂର୍ଣ୍ଣ ଛାରଖାର ହୋଇଛି । ଖବର ପାଇ ଅଗ୍ନିଶମ ବାହିନୀ ଗାଁରେ ପହଞ୍ଚିବା ବେଳକୁ ଘରଟି ଜଳିପୋଡ଼ି ଛାରଖାର ହୋଇଥିଲା । ପରିବାର ଲୋକ ପିଲାଟିକୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ସେଠାରେ ତମୃତ ଘୋଷଣା କରିଥିଲେ ଡାକ୍ତର ।
BREAKING NEWS
- ଖୁବ ଶୀଘ୍ର ରୋମାଂଟିକ ଫିଲ୍ମ କରିବେ ଶାହାରୁଖ
- Opposition Stages Symbolic Procession: ବିଧାନସଭାରେ କାହାର ଉଠିଲା ‘କୋକେଇ’?, ‘ରାମ ନାମ ସତ୍ୟ ହେ’ ଧ୍ୱନିରେ ପ୍ରକମ୍ପିତ ହେଲା ପରିସର
- Jag Laadki Tanker Reaches Gujarat: ଚାଲିଛି ଯୁଦ୍ଧ, ଭାରତରେ ପହଞ୍ଚୁଛି ଜାହାଜ ପରେ ଜାହାଜ
- ସୁଦର୍ଶନ ପଟ୍ଟନାୟକ ହେଲେ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ୍ ଆମ୍ଵାସଡର
- ରଣକ୍ଷେତ୍ର ପାଲଟିଲା ବିଜେବି କଲେଜ ହଷ୍ଟେଲ, ଘଣ୍ଟାଏ ଧରି ପଥର ମାଡ଼
- ଆଗମୀ ୩ ଘଣ୍ଟା ପାଇଁ କାଳବୈଶୀ ସତର୍କତା, ଏହି ସବୁ ଜିଲ୍ଲାକୁ ଝଡ଼ବର୍ଷା ଆଲର୍ଟ
- Jagannath Temple: ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
- ରାଜ୍ୟରେ ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଛି ତାପମାତ୍ରା, ହିଟ୍ୱେଭ୍ SOP ଜାରି
- ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର
- ଅନଧିକୃତ ଏବଂ ବେଆଇନ୍ ବିଦ୍ୟୁତ ପୁନଃ ସଂଯୋଗ ବିରୋଧରେ ଟିପିଏସ୍ଓଡିଏଲର ଦୃଢ଼ କାର୍ଯ୍ୟାନୁଷ୍ଠାନ
Comments are closed.