ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଅବସ୍ଥିତ ରାଜା ଭୋଜ ବିମାନ ବନ୍ଦରରେ ରବିବାର ଦିନ ଜଣେ ଯୁବକ ହେଲିକପ୍ଟର ଉପରକୁ ପଥର ଫିଙ୍ଗିବା ଭଳି ଚାଞ୍ଚଲ୍ୟକର ଘଟଣା ନଜରକୁ ଆସିଛି । ଯାହାଫଳରେ ଏୟାରପୋର୍ଟର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗତକାଲି ଜଣେ ଯୁବକ ବିମାନ ବନ୍ଦର ପରିସରରେ ଥିବା ଷ୍ଟେଟ୍ ହ୍ୟାଙ୍ଗର ଅଞ୍ଚଳରେ ପ୍ରବେଶ କରିବା ସହ ରନୱେ ମଧ୍ୟରେ ଦୌଡିଥିଲା । ପରବର୍ତ୍ତୀ ସେଠାରେ ଥିବା ଏକ ହେଲିକପ୍ଟରକୁ ପଥରମାଡ କରିବା ଫଳରେ ହେଲିକପ୍ଟରର ଝରକା ଭାଙ୍ଗିବା ସହ ଅନେକ ଅଂଶ କ୍ଷତିଗ୍ରସ୍ତ ହୋଇଥିଲା ।
ଖବର ପାଇ ସିଆଇଏସଏଫ୍ ଯବାନମାନେ ଯୁବକଙ୍କୁ ଧରିଥିବା ବେଳେ ସେ ମାନସିକ ସ୍ତରରେ ଦୁର୍ବଳ ଥିବା ନେଇ ଯବାନମାନେ କହିଛନ୍ତି । ଉକ୍ତ ଯୁବକର ନାମ ଯୋଗେଶ ତ୍ରିପାଠୀ ବୋଲି ଜଣାପଡିଛି ।
ଅପରପକ୍ଷରେ ଏୟାରପୋର୍ଟରେ ଜଣେ ଯୁବକଙ୍କ ଏଭଳି କାର୍ଯ୍ୟକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ କିଛି ସମୟ ଲାଗି ଭୟର ବାତାବରଣ ଦେଖାଦେଇଥିଲା ।
ପରିଶେଷରେ ଉକ୍ତ ଯୁବକର ମାନସିକ ସ୍ଥିତି ଭଲ ନଥିବା କହିଛନ୍ତି ସିଏସଆଇଏଫ୍ ଚିଫ୍ ବୀରେନ୍ଦ୍ର ସିଂହ ।
Comments are closed.