Latest Odisha News

BREAKING NEWS

ଫାଶୀ ଲାଗି ନିଆଗଲା ନିର୍ଭୟା ଦୋଷୀଙ୍କ ଗଳାର ମାପ; ଦଉଡିରେ ଘଷାଯାଉଛି କଦଳୀ !

ନୂଆଦିଲ୍ଲୀ: ଦିଲ୍ଲୀର ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୪ ଦୋଷୀଙ୍କ ଫାଶୀ ଦିନ ପାଖେଇ ଆସୁଛି । ଫାଶୀ ଦେବାକୁ ତିହାର ଜେଲରେ ପ୍ରସ୍ତୁତି ଆଗେଇ ଚାଲିଛି ।

ଫାଶୀ ଦଉଡିରେ ଘଷାଯାଉଛି କଦଳୀ:

୪ ଦୋଷୀଙ୍କର ବେକର ମାପ ନିଆଯିବା ପରେ ଫାଶୀ ଦଉଡିରେ କଦଳୀ ଘଷା ଯାଉଛି । ଏହାମଧ୍ୟରେ ୪ ଜଣ ନକଲ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଚଢାଯାଇ ସମସ୍ତ ପ୍ରକ୍ରିୟାର ପରୀକ୍ଷା କରାଯାଇସାରିଲାଣି । ଫାଶୀ ଦଉଡିକୁ ମଶୃଣ ରଖିବା ପାଇଁ ପ୍ରଥମେ ସେଥିରେ ଲହୁଣି ଘଷାଯାଇଥିଲା, ପରେ ପାଚିଲା କଦଳୀ ଘଷାଯାଉଛି । ଫାଶୀ ଦଉଡି ଯେତିକି ମଶୃଣ ହେବ ତାହା ସେତେ ତଳ ଉପର ହୋଇପାରିବ ।

ଗଳାର ମାପ ନେବା ବେଳେ କାନ୍ଦିଲେ ଦୋଷୀ:

ଜେଲ୍ ଅଧିକାରୀଙ୍କ କହିବା ଅନୁସାରେ ଯେତେବେଳେ ୪ ଦୋଷୀଙ୍କର ବେକର ମାପ ନିଆଯାଇଥିଲା, ସେତେବେଳେ ସମସ୍ତ ୪ ଜଣ ଭୋ ଭୋ ହୋଇ କାନ୍ଦିଥିଲେ । ପରେ ସେମାନଙ୍କୁ ବୁଝାସୁଝା କରିବା ପରେ ଶାନ୍ତ ପଡିଥିଲେ ।

ଫାଶୀ ପାଇଁ ୮ ଦଉଡି ପ୍ରସ୍ତୁତ:

୪ ଜଣଙ୍କୁ ଫାଶୀ ଦିଆଯିବ, କିନ୍ତୁ ବ୍ୟାକ୍ ଅପ୍ ପାଇଁ ଜେଲ୍ ପ୍ରଶାସନ ୮ଟି ଦଉଡି ପ୍ରସ୍ତୁତ କରି ରଖିଛନ୍ତି । ଏସବୁ ଦଉଡିରେ କଦଳୀ ଘଷାଯାଇ ପରୀକ୍ଷା କରାଯାଉଛି ।

ଆସନ୍ତା ୨୨ ତାରିଖ ସକାଳ ୭ଟାରେ ୪ ଦୋଷୀଙ୍କୁ ତିହାର ଜେଲରେ ଫାଶୀ ଦିଆଯିବ । ୨୦ ତାରିଖ ସୁଦ୍ଧା ଜେଲରେ ପହଞ୍ଚିଯିବେ ଘାତକ ।

Leave A Reply

Your email address will not be published.