Latest Odisha News

BREAKING NEWS

ପରଲୋକରେ ଓଡ଼ିଶା ବିଧାନସଭାର ପ୍ରଥମ ବିଧାୟକ ମକରଧ୍ୱଜ ପ୍ରଧାନ

ଝାରସୁଗୁଡ଼ା: ପରଲୋକରେ ଓଡ଼ିଶା ବିଧାନସଭାର ପ୍ରଥମ ବିଧାୟକ ମକରଧ୍ୱଜ ପ୍ରଧାନ । ଗତକାଲି ଝାରସୁଗୁଡ଼ା ଜିଲ୍ଲା ବାଘମୁଣ୍ଡାସ୍ଥିତ ନିଜ ବାସଭବନରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ହୋଇଥିଲା । ବାର୍ଦ୍ଧକ୍ୟଜନିତ କାରଣରୁ ସେ ଗତ ୨ମାସ ହେଲା ଶଯ୍ୟାଶାୟୀ ଥିଲେ ।

ମକରଧ୍ୱଜଙ୍କ ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ତାଙ୍କ ବଡ ପୁଅ କମଳ ପ୍ରଧାନ ମୁଖାଗ୍ନି ଦେଇଥିଲେ ।

୧୯୨୪ ମସିହା ଜାନୁଆରୀ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ମକରଧ୍ୱଜ ପ୍ରଧାନ । ବିଭିନ୍ନ ଆନ୍ଦୋଳନରେ ସାମିଲ୍‌ ହୋଇ ପରେ ରାଜନୀତିରେ ପ୍ରବେଶ କରିଥିଲେ । ପ୍ରଜା ସୋସାଲିଷ୍ଟ ଦଳରୁ ପଶ୍ଚିମ ଓଡ଼ିଶାର ଏକମାତ୍ର ପ୍ରଥମ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ମକରଧ୍ବଜ ।

Leave A Reply

Your email address will not be published.