Latest Odisha News

BREAKING NEWS

ଆବଶ୍ୟକତା ଦେଖି ପ୍ରସ୍ତାବ ଦିଅନ୍ତୁ: ସିଡ଼ିପିଓ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ

ଭୁବନେଶ୍ୱର: ସିଡ଼ିପିଓ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ। ଗ୍ରାଉଣ୍ଡରେ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟର ଅଭାବ ରହୁଛି। ସବୁ ବିଭାଗ ସହ ସମନ୍ୱୟ ରକ୍ଷା କରି ଗ୍ରାଉଣ୍ଡରେ କାମ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, ଗ୍ରାଉଣ୍ଡରେ ସମସ୍ୟା ରହୁଛି କିନ୍ତୁ ଜାଣିଶୁଣି ଅଣ୍ଡର ରିପୋଟିଂ କରାଯାଉଛି। ଗ୍ରାଉଣ୍ଡରେ ଯାହା ସମସ୍ୟା ଅଛି ତାକୁ ଆମ ପାଖକୁ ଆଣନ୍ତୁ। ଗ୍ରାଉଣ୍ଡରେ ଯେଉଁ ସମସ୍ୟା ଆସୁଛି ତାକୁ ନେଇ ଠିକ୍‌ ରିପୋର୍ଟିଂ କରନ୍ତୁ। ରାଜ୍ୟର ସମସ୍ତ ସ୍କୁଲ୍‌ ଓ ଅଙ୍ଗନବାଡ଼ିକୁ ସଶକ୍ତ କରିବାର ଅଛି। ତେଣୁ ଯାହା ଆବଶ୍ୟକତା ରହୁଛି ତାହାକୁ ଦେଖି ପ୍ରସ୍ତାବ ଦିଅନ୍ତୁ ବୋଲି କହିଛନ୍ତି ମନୋଜ ଆହୁଜା।

Comments are closed.