Latest Odisha News

BREAKING NEWS

ଅର୍ଜୁନଙ୍କ ପରେ ଏବେ ମଲାଇକା ମଧ୍ୟ କରୋନା ପଜିଟିଭ

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କାପୁରଙ୍କ ପରେ ଏବେ ମଲାଇକା ଆରୋରା ମଧ୍ୟ କରୋନା ପଜିଟିଭ ଥିବା ଜଣାପଡିଛି । ଟାଇମ୍ସ ଅଫ ଇଣ୍ଡିଆ ଖବର ମୁତାବକ ମଲାଇକା ଏହା ସ୍ପଷ୍ଟ ମଧ୍ୟ କରିଛନ୍ତି । ସେ କହିଛନ୍ତି, ହଁ ମୁଁ କରୋନା ପଜଟିଭି ଥିବା ଜଣାପଡିଛି । ଘରେ କ୍ୱାରେଂଟାଇନରେ ରହିବା ପାଇଁ ନିଷ୍ପତି ନେଇଛି । ଖୁବ୍ ଶୀଘ୍ର ସୁସ୍ଥ ହେବି ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

ପୂର୍ବରୁ ଅର୍ଜୁନ ମଧ୍ୟ ସଂକ୍ରମିତ ଥିବା କଥା ସୋସିଆଲ ମିଡିଆରେ ଜଣାଇଥିଲେ । ଆମମାନଙ୍କ ସହିତ ଯେଉଁମାନେ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର ପରୀକ୍ଷା କରାଇ ନିଅନ୍ତୁ । ସୂଚନାଯୋଗ୍ୟ ବଲିଉଡରେ ଅର୍ଜୁନ ଓ ମାଲାଇକା ସମ୍ପର୍କ ବେଶ୍ ଚର୍ଚ୍ଚାର କାରଣ ରହି ଆସିଛି ।

Leave A Reply

Your email address will not be published.