Latest Odisha News

BREAKING NEWS

ଶିକ୍ଷାନୀତିକୁ ନେଇ ରାଜନୀତି ନହେଉ

କଳାହାଣ୍ଡି: ଶିକ୍ଷାନୀତିରେ ସଂସ୍କାର ଅପରିହାର୍ଯ୍ୟ । ଏହାକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖିବା ରାଷ୍ଟ୍ର ପାଇଁ ଶୁଭଙ୍କର ନୁହେଁ । ଏଥିରେ ରାଜନୀତି ନକରି ଅନ୍ତର୍ଜାତୀୟ ସ୍ତରରେ ଶିକ୍ଷାନୀତିରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବା ଆବଶ୍ୟକ । ରାଜନୀତିରୁ ମୁକ୍ତ ହେଲେ ଯାଇ ଶିକ୍ଷାର ବିକାଶ ହେବ ଓ ଶିକ୍ଷକଙ୍କ ମର୍ଯ୍ୟାଦା ଫେରିଆସିବ ବୋଲି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଶିକ୍ଷାବିତ୍ ପ୍ରଫେସର୍ ଦିଗମ୍ବର ପାତ୍ର ମତପ୍ରକାଶ କରିଛନ୍ତି ।

ଲେବାନନ୍‌ର ଆମେରିକାନ୍ ୟୁନିଭର୍ସିଟି ଅଫ୍ ବେରୁତ୍‌ରେ ରସାୟନ ବିଜ୍ଞାନ ପ୍ରଫେସର୍ ଭାବେ କାର୍ଯ୍ୟରତ ପ୍ରଫେସର୍ ପାତ୍ର ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ ମସ୍କାଗୁଡ଼ା କ୍ଲଷ୍ଟର୍ ସ୍ତରୀୟ ଭର୍ଚୁଆଲ୍ ଗୁରୁଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କହିଥିଲେ ।

ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୁବ ସମାଜସେବୀ ତଥା ଲାଞ୍ଜିଗଡ଼ ବ୍ଲକ୍ ଅଧ୍ୟକ୍ଷ ଇଂ.ଫକୀରମୋହନ ମାଝୀ ପ୍ରତିକୂଳ ପରିସ୍ଥିତିରେ ବିି ଶିକ୍ଷକ ସମାଜର ନିଷ୍ଠାକୁ ପ୍ରଶଂସା କରିବା ସହ ଶିକ୍ଷକମାନଙ୍କୁ ମଣିଷ ତିଆରି କାରଖାନାର ଇଂଜିନିୟର୍ ଆଖ୍ୟା ଦେଇଥିଲେ ।

ଯୁବ ଲେଖକ ତଥା ମସ୍କାଗୁଡ଼ା ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ଶିକ୍ଷକ ଭବାନୀ ଶଙ୍କର ବାରିକ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ବିଭୂତି ଭୂଷଣ ହରିଜନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.