ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ମଲ୍ଲାଇକା ଆରୋରା ନିଜର ବ୍ୟକ୍ତିଗତ ଲାଇଫକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରହୁଛନ୍ତି । ଅର୍ଜୁନ କପୁରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କକୁ ନେଇ ଇଣ୍ଡଷ୍ଟ୍ରିରେ ଢେର ଚର୍ଚ୍ଚା । ହେଲେ କିଛିଦିନ ହେବ ମଲ୍ଲାଇକା ଓ ଅର୍ଜୁନଙ୍କ ପ୍ରେମ ବିଚ୍ଛେଦ ହୋଇଥିବା ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି । ନିକଟରେ ପ୍ରେମ ବିଚ୍ଛେଦକୁ ନେଇ ଏମିତି କିଛି କହିଛନ୍ତି ମଲାଇକା, ଯାହା ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି ।
ମଲାଇକା ଏକାଧାରାରେ ଜଣେ ଅଭିନେତ୍ରୀ, ମଡେଲ, ନୃତ୍ୟଶିଳ୍ପୀ ତଥା ଟେଲିଭିଜନ ଉପସ୍ଥାପିକା ଭାବ କାମ କରିଛନ୍ତି । ଏତଦ ବ୍ୟତୀତ ମଲ୍ଲାଇକା ଆରୋରା ଆଇଟମ ନୃତ୍ୟ କରି ଆଇଟମ ଗାର୍ଲ ଭାବେ ମଧ୍ୟ ବେଶ ଜଣାଶୁଣା । ୨୦୧୭ରେ ସ୍ୱାମୀ ଅରବାଜ ଖାନଙ୍କଠାରୁ ଅଲଗା ହେବା ପରେ ମଲ୍ଲାଇକା ଆରୋରା ୧୧ବର୍ଷ ସାନ ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ କରି ଆସୁଛନ୍ତି । ହେଲେ କିଛି ଦିନ ହେବ ସେମାନଙ୍କର ବିଚ୍ଛେଦ ହୋଇଥିବା ନେଇ ଆଲୋଚନା ହେଉଛି । ନିକଟରେ ମଲ୍ଲାଇକା ପ୍ରେମ ବିଚ୍ଛେଦ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି । ଆଉ କହିଛନ୍ତି, ଯାହା ଜଣାଇବାର ଥିଲା ଜଣାଯାଇସାରିଛି । ମୁଁ ଯେଉଁ ପ୍ରୋଫେସନରେ ଅଛି, ସେଥିରେ ଉଭୟ ଭଲ ଓ ମନ୍ଦକୁ ଶୁଣିବାକୁ ପଡ଼ିବ । ଲାଇମଲାଇଟରେ ଥିଲେ ଲୋକେ ବିଭିନ୍ନ କଥା କହିବେ । ତେଣୁ ମୋର ଏସବୁକୁ ନେଇ କିଛି ବି ଫରକ ପଡ଼ିବ ନାହିଁ । ମୋର ଯେଉଁ ସମ୍ପର୍କ ଯେମିତି ଅଛି ଭଲ ଅଛି । ଲୋକମାନଙ୍କ ମନକୁ ଯାହା ଆସିବ ତାହା ଯେ ସତ ହେବ ଏକଥା ଠିକ ନୁହେଁ । ତେଣୁ ଲୋକେ ମୋତେ ନେଇ ଯାହା ବି କହିବେ ମୋ ନାମକୁ ନେଇ ଯେଉଁବି ପୁରୁଷ ସହିତ ଯୋଡ଼ିବେ ସେଥିରେ ମୋର କିଛି ଯା.. ଆସ ନାହିଁ ।
Comments are closed.