Latest Odisha News

BREAKING NEWS

୪୮ ବର୍ଷରେ ପଦାର୍ପଣ କଲେ ମଲାଇକା, ଏକାକୀ ପାଳିଲେ ଜନ୍ମଦିନ

ମୁମ୍ବାଇ: ବଲିଉଡର ଫିଟନେସ୍ କୁଇନ୍ ଅଭିନେତ୍ରୀ ମଲାଇକା ଆରୋରା ଖୁବ୍ ଜଣାଶୁଣା । ସେ ଅନେକ ସମୟରେ ନିଜ ବ୍ୟକ୍ତିଗତ ଓ ପ୍ରଫେସନାଲ ଲାଇଫକୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି । ଆଜି ଅଭିନେତ୍ରୀ ୪୮ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏହି ବିଶେଷ ଦିନକୁ ସେ ବହୁତ ଧୁମଧାମରେ ନୁହେଁ ବରଂ ଅତି ସରଳ ଭାବେ ପାଳନ କରିଛନ୍ତି । ଏମିତି କି ପୁରା ଏକା ପାଳିଛନ୍ତି ତାଙ୍କ ଜନ୍ମଦିନକୁ । ମଲାଇକା ତାଙ୍କ ପ୍ରଶଂସକଙ୍କ ସହ ନିଜ ଜନ୍ମଦିନ ପାଳନର କିଛି ଫଟୋ ସେୟାର କରିଛନ୍ତି, ଯାହା ଏବେ ଭାଇରାଲ ହୋଇଛି ।

ଭାଇରାଲ ହେଉଥିବା କୌଣସି ଫଟୋରେ ପ୍ରେମିକ ତଥା ଅଭିନେତା ଅର୍ଜୁନ କପୁର ନଜର ଆସିନାହାନ୍ତି । ଅଭିନେତ୍ରୀ ଏକାକୀ ଅର୍ଜୁନଙ୍କ ବିନା ଜନ୍ମଦିନ ପାଳନ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ଫଟୋ ସେୟାର କରି ମଲାଇକା କ୍ୟାପସନରେ ଲେଖିଛନ୍ତି, “ସୂର୍ଯ୍ୟ ଅସ୍ତ ହେବା ପରେ ମୁଁ ୪୮ବର୍ଷ ବୟସରେ ପାଦ ଦେଇଛି । ମୁଁ ମୋର ଲୋକମାନଙ୍କ ପାଇଁ କୃତଜ୍ଞ, ଯେଉଁମାନେ ମୋର ଏହି ଜୀବନ ଯାତ୍ରାରେ ମୋ ସାଥୀରେ ରହିଆସିଛନ୍ତି । ମୁଁ ଏହି ସୂର୍ଯ୍ୟୋଦୟ ସହିତ ଏକ ନୂତନ ଆରମ୍ଭ କରିବି । ମୋତେ ଜନ୍ମଦିନର ଶୁଭେଚ୍ଛା ।

କିଛି ଦିନ ତଳେ ଅର୍ଜୁନ ଓ ମଲାଇକାଙ୍କ ବ୍ରେକଅପ ହୋଇଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ମଲାଇକା ଇନଷ୍ଟାରେ ଅର୍ଜୁନଙ୍କ ଭଉଣୀ ଜାହ୍ନବୀ କପୁର, ଖୁସି କପୁର, ଅଂଶୁଳା କପୁର ଓ ତାଙ୍କ ବାପା ବୋନି କପୁରଙ୍କୁ ଅନଫଲୋ କରିବାରୁ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା । କୁହାଯାଉଥିଲା ଯେ, ଅର୍ଜୁନ ମଲାଇକାଙ୍କୁ ଛାଡ଼ି ଅଭିନେତ୍ରୀ ତଥା ଫ୍ୟାସନ ଡିଜାଇନର କୁଶା କପିଲାଙ୍କୁ ଡେଟ୍ କରୁଛନ୍ତି । ହେଲେ ଏଭଳି ଚର୍ଚ୍ଚା ମଧ୍ୟରେ ଦୁହେଁ ଲଞ୍ଚ ଓ ଡିନର ଡେଟରେ ସାଙ୍ଗରେ ନଜର ଆସିବାରୁ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ ଥିବା ସ୍ପଷ୍ଟ ହୋଇଥିଲା । ହେଲେ ଏବେ ଏକାକୀ ଜନ୍ମଦିନ ପାଳନ କରିଥିବାରୁ ବ୍ରେକଅପ ଚର୍ଚ୍ଚା ପୁଣି ଥରେ ଆରମ୍ଭ ହୋଇଛି ।

Leave A Reply

Your email address will not be published.