Latest Odisha News

ରିଲେସନଶିପ ଷ୍ଟାଟସକୁ ନେଇ ମଲାଇକାଙ୍କ ଖୁଲାସା

ମୁମ୍ବାଇ: ମଲାଇକା ଆରୋରା ସବୁବେଳେ ତାଙ୍କ ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଆଜିକାଲି ସେ ନିଜର ବ୍ରେକଅପ୍ ପାଇଁ ଲାଇମଲାଇଟରେ ଅଛନ୍ତି।

ନିକଟରେ ମଲାଇକାଙ୍କ ଏକ୍ସ ବୟଫ୍ରେଣ୍ଡ ଅର୍ଜୁନ କପୁର ନିଜକୁ ଅବିବାହିତ ବୋଲି କହିବା ସହ ବ୍ରେକଅପ୍ ସ୍ପଷ୍ଟ କରିଥିଲେ। ଯାହାପରଠାରୁ ମଲାଇକା ସୋସିଆଲ ମିଡିଆରେ ହିଲିଂ ସମ୍ବନ୍ଧୀୟ ଅନେକ ପୋଷ୍ଟ ସେୟାର କରିଆସୁଛନ୍ତି। ଆଉ ଏବେ ମଲାଇକା ତାଙ୍କ ରିଲେସନଶିପ ଷ୍ଟାଟସର ସ୍ଥିତି ସମ୍ପର୍କରେ ପ୍ରକାଶ କରିଛନ୍ତି। ଏହି ପୋଷ୍ଟ ଭାଇରାଲ ହେବାରେ ଲାଗିଛି।

ମଲାଇକା ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ମୋର ବର୍ତ୍ତମାନ ସ୍ଥିତି ଉଲ୍ଲେଖ କରିବା ସହ ତିନୋଟି ଅପସନ୍ ମଧ୍ଯ ଦେଇଛନ୍ତି। ପ୍ରଥମ- ମୁଁ ରିଲେସନରେ, ଦ୍ୱିତୀୟ- ସିଙ୍ଗଲ ଏବଂ ତୃତୀୟ- ହେହେ। ତେବେ ଏହି ପୋଷ୍ଟ ସେୟାର କରିବାବେଳେ ମଲାଇକା କିଛି କ୍ୟାପସନ ରଖି ନାହାନ୍ତି।

ମଲାଇକା ଆରୋରା ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟ ଇଣ୍ଟରନେଟରେ ଅଧିକ ଭାଇରାଲ ହେବାରେ ଲାଗିଛି।

Comments are closed.