Latest Odisha News

BREAKING NEWS

ସିରମ ଇନଷ୍ଟିଚ୍ୟୁଟ୍ କଲା ବଡ଼ ଘୋଷଣା, ଖୁବ୍ ଶିଘ୍ର ବଜାରକୁ ଆସିବ ଡେଙ୍ଗୁ ଟିକା

ନୂଆଦିଲ୍ଲୀ: ଡେଙ୍ଗୁ ପାଇଁ ସବୁଠି ବଢିଛି ଭୟ । ରାଜ୍ୟଠୁ ଦେଶ ସବୁଠି ଦେଖାଦେଇଛି ଡର । ଏହି ଡେଙ୍ଗୁ ରୋଗରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ଗତକିଛି ଦିନ ମଧ୍ୟରେ କିଛି ଲୋକ ଡେଙ୍ଗୁ ଜ୍ଵରରେ ପ୍ରାଣ ମଧ୍ୟ ହରାଉଛନ୍ତି । ତେବେ ଏସବୁ ଭିତରେ ଡେଙ୍ଗୁ ଜ୍ଵରକୁ ନେଇ ଆସିଛି ଏକ ଆଶ୍ଵସ୍ତିକର ଖବର । କୋଭିସିଲ୍ଡ ତିଆରି କରିଥିବା କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଖୁବଶୀଘ୍ର ବଜାରେର ଡେଙ୍ଗୁ ଭ୍ୟାକ୍ସିନ୍ ଲଞ୍ଚ କରିବାକୁ ଯାଉଛି । ଏବାବଦରେ ସିରମ ଚେୟାରମ୍ଯାନ୍ ସାଇରସ୍ ପୁନାୱାଲା ବୁଧବାର ଦିନ ଘୋଷଣା କରିଛନ୍ତି ।

ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଚେୟାରମ୍ୟାନ୍ ସାଇରସ୍ ପୁନାୱାଲା ଏକ ବର୍ଷ ମଧ୍ୟରେ ଡେଙ୍ଗୁ ଟିକା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ଏଥିରେ ଡେଙ୍ଗୁ ର ଚାରୋଟି ଷ୍ଟ୍ରେନର ଚିକିତ୍ସା ସୁନିଶ୍ଚିତ ହେବ । ସିରମ୍ ଇନଷ୍ଟିଚ୍ୟୁଟ୍ ଶୀଘ୍ର ଟିକାକୁ ବଜାରକୁ ଆଣିବା ପ୍ରକ୍ରିୟା ଦିଗରେ ପଦକ୍ଷେପ ନେଇପାରେ । ଦେଶରେ ଔଷଧର ବିସ୍ତାର ପାଇଁ ଫାଷ୍ଟ-ଟ୍ରାକ୍ ଅନୁମୋଦନ ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟରେ ଆବେଦନ କରିବା ଭଳି ଜିନିଷ ଏଥିରେ ଅନ୍ତର୍ଭୁକ୍ତ । ସିରମ୍ ଏହାର ଟେକ୍ନୋଲୋଜି ବ୍ୟବହାର କରିବାକୁ ଆମେରିକାର ଆଧାରିତ ବାୟୋଟେକ୍ନୋଲୋଜି କମ୍ପାନୀ ଭିଷ୍ଟେରା ସହିତ ସହଯୋଗ କରିଛି ।

ଏନେଇ ସାଇରସ୍ ପୁନାୱାଲା କହିଛନ୍ତି ଯେ, ଆଗାମୀ ଏକ ବର୍ଷ ମଧ୍ୟରେ ଦେଶରେ ଡେଙ୍ଗୁ ଭ୍ୟାକସିନ୍ ଲଞ୍ଚ ହେବ । ଏହା ସହିତ କମ୍ପାନୀ ଖୁବଶୀଘ୍ର ମ୍ୟାଲେରିଆ ଟିକା ମଧ୍ୟ ବଜାରକୁ ଛାଡି଼ବ । ଏହି ଟିକା ଉଭୟ ଭାରତ ଓ ଆଫ୍ରିକାରେ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କୋଭିସିଲ୍ଡର ସଫଳତା ପରେ ଦୁନିଆରେ ପ୍ରଥମଥର ପାଇଁ ଏସଆଇଆଇ ମ୍ୟାଲେରିଆ ଓ ଡେଙ୍ଗୁ ପାଇଁ ଭ୍ୟାକ୍ସିନ ଲଂଚ କରିବାକୁ ଆମେ ଯାଉଛୁ । ଭାରତର ଅନେକ ଅଂଚଳରେ ଲୋକ ମ୍ୟାଲେରିଆ ଦ୍ୱାରା ସଂକ୍ରମିତ ହୋଇଥାନ୍ତି । ସେହିପରି ଡେଙ୍ଗୁ ଏକ ଭାଇରାଲ ସଂକ୍ରମଣ ଯାହାକି ମଶାଙ୍କ ଦ୍ୱାରା ବ୍ୟାପିଥାଏ । ଡେଙ୍ଗୁ ଟିକା ଆସନ୍ତା ଏକ ବର୍ଷ ମଧ୍ୟରେ ପ୍ରସ୍ତୁତ ହୋଇଯିବ ବୋଲି ସେ କହିଛନ୍ତି ।

Comments are closed.