ଥିରୁଅନନ୍ତପୁରମ୍: ବିଶିଷ୍ଟ ମାଲାୟାଲମ୍ ଲେଖକ ତଥା ସ୍କ୍ରିନ୍ ରାଇଟର୍ ଏମଟି ବାସୁଦେବନ ନାୟରଙ୍କର ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ମାଲାୟାଲମର ଭାବପ୍ରବଣ ସଂଗୀତର ବାଦଶାହ ଥିବା ଏମଟି ଭାସୁଦେବନ ନାୟାରଙ୍କ ବୁଧବାର କୋଝିକୋଡରେ ଦେହାନ୍ତ ହୋଇଛି ।
ହୃଦଘାତରେ ପୀଡିତ ହୋଇ ଗତ ୧୧ ଦିନ ହେବ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଭେଣ୍ଟିଲେଟରରେ ଥିବା ସମୟରେ ଲେଖକ ବାସୁଦେବନ ବୁଧବାର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ‘ନାଲୁକେଟ’, ‘ରନ୍ଦାମୁଝମ’, ‘ବାରାଣାସୀ’ ଏବଂ ‘ସ୍ପିରିଟ ଅଫ୍ ଡାର୍କନେସ୍’ ଭଳି ପ୍ରସିଦ୍ଧ ଲେଖା ତାଙ୍କୁ ସାହିତ୍ୟ ଜଗତରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେଇଥିଲା ।
ମାଲାୟାଲମ ଲେଖକ ଏମ.ଟି ଭାସୁଦେବନ ନାୟାରଙ୍କ ନିଧନରେ କେରଳ ସରକାର ଡିସେମ୍ବର ୨୬ ଏବଂ ୨୭କୁ ସରକାରୀ ସ୍ତରରେ ଶୋକ ଘୋଷଣା କରିଛନ୍ତି । ସମ୍ମାନ ସ୍ବରୂପ ଭାବରେ ଡିସେମ୍ବର ୨୬ରେ ହେବାକୁ ଥିବା କ୍ୟାବିନେଟ୍ ବୈଠକ ସମେତ ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ନିର୍ଦ୍ଦେଶ ଦେଇଛନ୍ତି । ଏହି ସୂଚନା ସିଏମଓରୁ ପ୍ରକାଶ ପାଇଛି ।
ମାଲାୟାଲମ୍ ସିନେମାରେ ଏମଟି ବାସୁଦେବନଙ୍କ ମଧ୍ୟ ବହୁ ଯୋଗଦାନ ଥିଲା । ସେ ‘ନିର୍ମଲ୍ୟମ୍’, ‘ପେରୁଂତଚନ୍’, ‘ରୃନ୍ଦାମୁଝମ୍’ ଏବଂ ‘ଅମୃତମ୍ ଗମୟା’ ସମେତ ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ପାଇଁ ସ୍କ୍ରିପ୍ଟ ଲେଖିଥିଲେ । ଏହା ବ୍ୟତୀତ ସେ ଦେଶର ବିଭିନ୍ନ ସ୍ଥାନରୁ ଅନେକ ପୁରସ୍କାର ଗ୍ରହଣ କରିଛନ୍ତି, ଯେଉଁଥିରେ ୧୯୯୬ ରେ ଜନ୍ନାପିଥ ଏବଂ ୨୦୦୫ ରେ ପଦ୍ମ ଭୂଷଣ ପରି ସମ୍ମାନ ରହିଛି