Latest Odisha News

BREAKING NEWS

ମାଲାୟଲମ ସିନେମାଟୋଗ୍ରାଫର ଶାଜି କୁମାରଙ୍କ ଦେହାନ୍ତ, ସୁଟିଂ ସମୟରେ ହୋଇଥିଲେ ଅସୁସ୍ଥ

ବ୍ୟୁରୋ: ସୁଟିଂ ସେଟରେ ଅସୁସ୍ଥ, ମେଡିକାଲରେ ଦେହାନ୍ତ । ଆଉ ନାହାନ୍ତି ମାଲାୟଲମ ଫିଲ୍ମର ଜଣାଶୁଣା ସିନେମାଟୋଗ୍ରାଫର ଶାଜି କୁମାର । ୫୭ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି ଶାଜି । ପୁଲିମୁରୁଗନ୍ ଫିଲ୍ମରୁ ଲୋକଲୋଚନକୁ ଆସିଥିଲେ ଶାଜି । ଚଳଚିତ୍ର ଜଗତରେ ଅନେକ ଫିଲ୍ମକୁ ସେ ତାଙ୍କ କ୍ୟାମେରା ଲେନ୍ସରେ ସୁନ୍ଦର ଭାବେ ସଜେଇ ଥିଲେ, ଯାହା ଅନେକ ଲୋକପ୍ରୀୟ ହୋଇଥିଲା । କମ୍ ଦିନରେ ଅନେକ ସଫଳତାର ଅଧିକାରୀ ହୋଇଥିଲେ ସେ । ତାଙ୍କର ହଠାତ୍ ବିୟୋଗ ମାଲାୟଲମ ଫିଲ୍ମ ଜଗତକୁ ମର୍ମାହତ କରିଛି । ପ୍ରସିଦ୍ଧ ସିନେମାଟୋଗ୍ରାଫର ବିପିନ ମୋହନଙ୍କ ସହାୟକ ଭାବେ କ୍ୟାରିଅର ଆରମ୍ଭ କରିଥିଲେ ସେ । ଶାଜି ଅନେକ ମାଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରୀର ଅନେକ ବଡ ଷ୍ଟାର ଓ ନିର୍ଦ୍ଦେଶକଙ୍କ ସହ କାମ କରିଥିଲେ । ଏବଂ ନିଜ କାମ ଦ୍ୱାରା ନିଜକୁ ଜଣେ ଚର୍ଚ୍ଚିତ ଫଟୋଗ୍ରାଫି ନିର୍ଦ୍ଦେଶକ ଭାବେ ପ୍ରତିଷ୍ଠିତ କରାଇପାରିଛନ୍ତି ।

 ସୂଚନା ଅନୁସାରେ ଦିଲ୍ଲୀପଙ୍କ ଅଭିନିତ ଏକ ଫିଲ୍ମର ସୁଟିଂ ସେଟରେ ସେ ଅସୁସ୍ଥତା ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ କୋଚିର ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତାଙ୍କ ସିନେମାଟୋଗ୍ରାଫିରେ ଫିଲ୍ମ ନାରନ୍‌, ପୁଲିମୁରୁଗନ୍‌, ପୋକ୍କିରୀ ରାଜା, ଓଦିଆନ୍‌, ରାମଲେଲା, ରବୀନ ହୁଡ୍‌, ରିଂ ମାଷ୍ଟର, କଜିନ୍ ଭଳି ଫିଲ୍ମ ପରଦାରେ ଖୁବ୍ ଭଲ ରେସପନ୍ସ ପାଇଛି । ୨୦୧୬ରେ ରିଲିଜ୍ ହୋଇଥିବା ପୁଲିମୁରୁଗନ୍ ଫିଲ୍ମ ପାଇଁ ସେ ଲାଇମଲାଇଟକୁ ଆସିଥିଲେ । ସେଲୁଲଏଡ ଚଳଚ୍ଚିତ୍ରରୁ କ୍ୟାରିଅର ଆରମ୍ଭ କରିଥିଲେ ସେ । ତାପରେ ଡିଜିଟାଲ ସିନେମାଟ୍ରୋଗ୍ରାଫି ପରିବର୍ତ୍ତନକୁ ଖୁବ୍ ସୁନ୍ଦର ଭାବେ ଗ୍ରହଣ କରିନେଇଥିଲେ । ୨୦୨୫ରେ ତରୁଣ ମୂର୍ତ୍ତୀଙ୍କ ନିର୍ଦ୍ଦେଶିତ ମୋହନଲାଲ ଷ୍ଟାରର ଫିଲ୍ମ ଥୁଡରୁମ୍‌ରେ ସେ କାମ କରିଥିଲେ । ଶାଜିଙ୍କ ବିୟୋଗ ମାଲାୟଲମ ଚଳଚ୍ଚିତ୍ର ଜଗତରେ ଅପୂରଣୀୟ କ୍ଷତି ସୃଷ୍ଟି କରିଛି ।

Leave A Reply

Your email address will not be published.